ନାଉଗାଁରେ ଶତକ ମାରିଲା କରୋନା ଆକ୍ରାନ୍ତ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାକୁ ମିଶାଇ ନାଉଗାଁ ବ୍ଳକରେ ୯୨ଜଣ ସଂକ୍ରମିତ ଥିଲେ । ମଙ୍ଗଳବାର ପ୍ରକାଶିତ ତାଲିକାରେ ୧୨ ଜଣ ସଂକ୍ରମିତ ଥିବା ଦର୍ଶାଯାଇଛି । ଯାହାକୁ ମିଶାଇ ନାଉଗାଁ ବ୍ଲକରେ ଆଜି ସୁଦ୍ଧା ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ପ୍ରକାଶିତ ତାଲିକାରେ ୧୨ ଜଣଙ୍କ ମଧ୍ୟରୁ ୪ଜଣ ଶରୀର ଅସ୍ଥୁସ୍ଥ କାରଣରୁ ଜିଲ୍ଲା ଚିକିତ୍ସାଳୟର ସଂଗରୋଧ କେନ୍ଦ୍ରରେ ରହି ପରୀକ୍ଷା କରିବା ପରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୮ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ହୋମ କ୍ୱାରେଂଟାଇନରେ ଥିବା ସମୟରେ ଚିହ୍ନଟ ହୋଇଥିବା ତାଲିକାରେ ଦର୍ଶାଯାଇଛି । ଯାହାକି ନାଉଗାଁରେ ସ୍ôଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟରେ ନାଉଗାଁ ଅଂଚଳରେ ଆଳୁ ବ୍ୟବସାୟୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗଂଗଦାହାଟରେ ଭୟର ବାତାରବରଣ ସୃଷ୍ଟି ହୋଇଛି । ଉକ୍ତ ଆଳୁ ବ୍ୟବସାୟୀଙ୍କ ସଂସ୍ଫର୍ଶରେ ଉକ୍ତ ହାଟ ସମେତ ସ୍ଥାନୀୟ ଅଂଚଳର ବହୁ ଛୋଟ ବ୍ୟବସାୟୀ ଅଛନ୍ତି । ତେଣୁ ଉକ୍ତ ଛୋଟ ଛୋଟ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କର ସ୍ୱାବ ସଂଗ୍ରହ କରିବାକୁ ସ୍ଥାନୀୟ ଅଂଚଳର ଜନସାଧାରଣ ଦାବି କରିଛନ୍ତି ।


