ନାଉଗାଁ ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ତପନ ମହାପାତ୍ର ବିଡିଓ ଭାବେ ଯୋଗଦାନ କରିଛନ୍ତି । ଯୋଗଦାନ କରିବା ପରେ ବ୍ଳକର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ମହାପାତ୍ର ପୂର୍ବରୁ ଦେଓଗଡ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ତୁଲାଉଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ ଉକ୍ତ ବ୍ଳକରେ କାର୍ଯ୍ୟରତ ବିଡିଓ ରଶ୍ମିରେଖା ମଲ୍ଲିଙ୍କର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକକୁ ବଦଳି ହୋଇଥିଲା । ଦୀର୍ଘ ୨ମାସ ହେବ ସେ ମାର୍ଶାଘା ବ୍ଲକରେ ଯୋଗ ଦେବା ପରେ ବିଡିଓ ପଦ ଖାଲି ରହିଥିଲା । ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ବିଡିଓ ଭାବେ ଦାୟିତ୍ୱ ତୁଲାଉଥିଲେ । ଉକ୍ତ ବ୍ଳକର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ବିଡିଓ ମହାପାତ୍ର ସୂଚନା ଦେଇଛନ୍ତି ।


