ନାଟକ ଆଖି ଅବୁଝାକୁ ଲୁହ ଅବୁଝା ମଂଚସ୍ଥ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମହେଶପୁର ଗ୍ରାମ ସ୍ଥିତ ‘ବୈତରଣୀ ନାଟ୍ୟ ପରିଷଦ’ର ଚତୁର୍ଥ ବାର୍ଷିକ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଅତିରିକ୍ତ ପୁଲିସ ଅଧୀକ୍ଷକ ଯତୀନ ପଣ୍ଡା ଓ ଫେଲୋସିପିର ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ଏଥିରେ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭାପତି ଉତ୍କଳକେଶରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ନାଟ୍ୟ ଉତ୍ସବରେ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ଓ ‘ସୁଖ ଆସିଥିଲା ଭଗାରି ହୋଇ’ନାଟକ ପରିବେଷଣ ହୋଇଥିଲା । ମାନସ ରଞ୍ଜନ ଭୂୟାଁଙ୍କ ନିର୍ଦେଶନାରେ ଗ୍ରାମର ଯୁବକ ମାନେ ଦୁଇ ଗୋଟି ନାଟକରେ ଅଭିନୟ କରିଥିଲେ । ଏଥିରେ ଆଖପାଖ ଅଞ୍ଚଳର ବହୁ ଯାତ୍ରା ପ୍ରେମୀ ଯୋଗଦେଇଥିଲେ ।


