ନାବାଳିକା ଙ୍କୁ ଅପହରଣ କରି ଯୁବକ ଗଲେ ଜେଲ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନରେ ଜଣେ ନାବାଳିକା ଙ୍କୁ ଅପହରଣ ମାମଲାରେ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ପାଟପୁର ଥାନା ଦୋଳବ ଗ୍ରାମର ଶିବ ପାତ୍ର l ପାଟପୁର ଥାନା ଅଧୀନରୁ ଜଣେ ନାବାଳିକା ଙ୍କୁ ଅପହରଣ କରିଥିବା ନାବାଳିକା ଙ୍କ ମା ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଏନେଇ ପାଟପୁର ପୋଲିସ ୪୨୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ନାବାଳିକା ଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା l ନାବାଳିକା ଙ୍କୁ ଅପହରଣ ମାମଲା ରେ ପାଟପୁର ପୋଲିସ ଶିବ ପାତ୍ର କୁ ଗିରଫ କରିଥିବା ବେଳେ ବୁଧବାର କୋର୍ଟ ଚାଲାଣ କରିଛି l ଜାମିନ ନା ମଞ୍ଜୁର ହେବାରୁ ଶିବ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ