ନାରୀ ସଂଘ ରୁ ନାବାଳିକା ଫେରାର ଘଟଣା

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଅପରାହ୍ନ ଚାରିଟା ବେଳେ ନାରୀ ସଂଘ ର ନାବାଳିକା ଅନ୍ତେବାସୀ ପଳାଇଯିବା ଘଟଣା ନେଇ ନାବାଳିକାଙ୍କ ବାପା ନାରୀ ସଂଘ କର୍ମଚାରୀଙ୍କ ବିରୋଧରେ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ବରହମପୁର ଥାନା ପୋଲିସ ଅପହରଣ ଘଟଣାର ଜୈନିକା ନାବାଳିକା ଙ୍କୁ ଉଦ୍ଧାର କରି ଜିଲ୍ଲା ନାରୀ ସଂଘ ରେ ଛାଡିଥିଲେ।ଆଜି ନାବାଳିକାଙ୍କ ବାପା ଓ ମାଆ ଦୁହେଁ ନାରୀ ସଂଘ କୁ ଦେଖା କରିବାକୁ ଆସିଥିଲେ।ହେଲେ ନାରୀ ସଂଘ କର୍ମଚାରୀ ତାଙ୍କର ଝିଅ ଗତକାଲି ସନ୍ଧ୍ୟାରେ ଖସି ପଳାଇ ଯାଇଥିବାର କହିଥିଲେ।ନାବାଳିକାଙ୍କ ବାପା,ମାଆ ତାଙ୍କୁ ଘଟଣା ସମ୍ପର୍କରେ କାହିଁକି ଜଣାଇ ନଗଲା ବୋଲି କହିଥିଲେ।ତେବେ ତାଙ୍କ ଝିଅ ପଳାଇଯିବା ଘଟଣାକୁ ସନ୍ଦେହ କରି ସହଦେବଖୁଣ୍ଟା ଥାନାରେ ନାରୀ ସଂଘ ର କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିବାର ଜଣାପଡିଛି। ଏ ସଂପର୍କରେ ନାରୀ ସଂଘ ସଭାପତି ଙ୍କୁ ପଚାରିବାରୁ ସେ ନାରୀ ସଂଘ ପକ୍ଷରୁ ନାବାଳିକା ଖସି ପଳାଇଯିବା ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ