ନାଳରୁ ଯୁବକଙ୍କ ଶବ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ  ଜିଲ୍ଲା ସଦରଥାନା ତୁଡ଼ିପାଜୁ ପଞ୍ଚାୟତ ମଜୁରିବିଡ଼ା ସ୍ଥିତ ଏକ ନାଳରୁ ସଦର ପୁଲିସ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତୁବ୍ୟକ୍ତି ଜଣକ ଟିକାବାଲି ଥାନା କଇଁଝର ପଞ୍ଚାୟତର ଖଲିକେତା ଅଞ୍ଚଳର ବୋଲି ଜଣା ପଡ଼ିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଟିକାବାଲି ଥାନାରେ କୌଣସି  ମାମଲା ରୁଜୁ ହୋଇନଥିବା ବେଳେ ମୃତ ଯୁବକ ଜଣକ ଏକ ବେସରକାରୀ ଗାଡ଼ି ଚାଳକ। ଗତକାଲି ରାତିରେ ସେ ଭଡ଼ାନେଇ ଗାଡ଼ି ଯାଇଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ମଜୁରିବିଡ଼ା ନାଳରୁ ଉଦ୍ଧାର ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ