ନାହାରେ ବିଶ୍ୱଶାନ୍ତି ମହାଯଜ୍ଞ

ହାଟଡ଼ିହି- : ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ନାହା ଗ୍ରାମରେ ପବିତ୍ର ମାଘ ସପ୍ତମୀ ଉପଲକ୍ଷେ ୩୨ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ନାହା ଗ୍ରାମରେ ଥିବା ରାଧାକୃଷ୍ଣ ମଠରେ ଜାତି, ଧମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଓ ବସୁଧୈବ କୁଟୁମ୍ବକଂ ବାର୍ତ୍ତାକୁ ସାକାର କରିବାକୁ ଯାଇ ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର କଲ୍ୟାଣ ଓ ମଙ୍ଗଳ ନିମନ୍ତେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞରେ ପଣ୍ଡିତ ସୁରେନ୍ଦ୍ର ଦାଶ, ବ୍ରହ୍ମଚର୍ଯ୍ୟ ରମାନାଥ ଦାଶ, ପୁସ୍ତକାଚାର୍ଯ୍ୟ ଅଶୋକ ତ୍ରିପାଠୀ, ଚାୁହୋତ୍ରୀ ପଣ୍ଡିତ କୈଳାଶ ସାମନ୍ତ, ସମିଧ୍ରୋତ୍ରୁ ଆଚାର୍ଯ୍ୟ, ଦିଗାମ୍ବର ଦାଶ ପ୍ରମୁଖ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ବେଦମନ୍ତ୍ର ପାଠ ସହିତ ହୋମଯଜ୍ଞ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସର୍ବଫର ପିପୁଲସର ସଦସ୍ୟ, ସଦସ୍ୟା ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ