ସୁନ୍ଦରାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ହାଟଡ଼ିହି- : ହାଟଡିହି ବ୍ଲକ ସରକାରୀ ନୁତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁନ୍ଦରାପାଳର ୧୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱରୁପାରାଣୀ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଜତିନ୍ଦ୍ର କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଗଡଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନି, ଗଡଚଣ୍ଡି ଏମ.ଇ. ସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଜେନା, ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କର ପାଠ ପଢ଼ା ସହିତ କ୍ରୀଡାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ମନମୋହନ ଜେନା, ରବିନ୍ଦ୍ର କୁମାର ମୁଦୁଲି, ଅନିମା ଦେହୁରୀ, ତପସ୍ୱିନୀ ସାମଲ, ସୁଶ୍ରୀ ସଙ୍ଗୀତା ମିଶ୍ର, ଭାରତୀପ୍ରଭା ସାହୁ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ