ନା ବାଳିକାକୁ ଦୁଷ୍କର୍ମ, ଥାନାରେ ଅଭିଯୋଗ କଲେ ମା
ମୋହନା,(ଅଂଶୁମାନ ପଣ୍ଡା): ପୁଣି ଦିନକୁ ଦିନ ବଡିବାରେ ଲାଗିଛି ମହିଳାଙ୍କ ଉପରେ ଅତ୍ୟାଚାର,ବଳାତ୍କାର,ଦୁଷ୍କର୍ମ ଆଜି ଏଭଳି ଘଟଣା ଘଟିଛି ଅଡ଼ବାଥାନା ଅଞ୍ଚଳରେ ଦମାଦୁଆ ପଞ୍ଚାୟତର ଏକ ଗ୍ରାମରେ | ପରିବାର ଲୋକଙ୍କ ଅଭିଯୋଗରୁ ପ୍ରକାଶ ଯେ ଗତ ୧୧ ତାରିଖ ରାତିରେ ଘରେ କିଏ ନଥିବା ଦେଖି ଗ୍ରାମର ଜଣେ ବ୍ୟକ୍ତି ନାବାଳିକା ଘରେ ପଶି ଦୁଷ୍କର୍ମ କରିଛନ୍ତି | ନାବାଳିକା ଜଣଙ୍କ ପାଟି କରିବାରୁ ନିଜ ଭାଇ ଓ ଦାଦା ପୁଅ ଦୌଡ଼ି ଆସିଥିଲେ | ସେଇ ସମୟରେ ଅଭିଯୁକ୍ତ ଜଣଙ୍କ ଦୌଡ଼ି ପଳାଇଥିଲେ | ସେହି ସମୟରେ ନାବାଳିକାଙ୍କ ମା ନିଜର ବଡ଼ ଝିଅ ଘରକୁ ଯାଇଥିଲେ ଘଟଣା ଶୁଣିବା ପରେ ଗତ ୧୪ରେ ଅଡ଼ବାଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଏ ନେଇ ଅଡ଼ବାଥାନା ଅଧିକାରୀ ତପନ କୁମାରପତି ୯୮/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ପାଇଁ ଏସ.ଆଇ ଉତ୍କଳ ପ୍ରଧାନଙ୍କୁ ତଦନ୍ତ ଭାର ଦେଇଛନ୍ତି | ଶ୍ରୀ ପତି କହିଛନ୍ତି ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରିବା ପରେ ପାରଳାଖେମୁଣ୍ଡି ଶିଶୁ ମଙ୍ଗଳ ଅଧିକାରୀଙ୍କ ପାଖରେ ଛଡ଼ାଯିବ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ |


