ଜନଶକ୍ତି ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡଃ.ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଶ୍ୱ ବିଦ୍ୟାଥିୀ ଦିବସ ରୂପେ ୨୦୧୦ମସିହାରୁ ଜାତିସଙ୍ଘର ଅନୁମୋଦନକ୍ରମେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ଅବଦୁଲ କଲାମଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବରମାସ ୧୫ତାରିଖକୁ ତାଙ୍କ ଜନ୍ମଜୟନ୍ତୀ ବା ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ ଜନଶକ୍ତି ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦିପ କୁମାର ଦାଶ ମେଡିକାଲ ଛକରେ ଥିବା ଡଃ.କଲାମଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଡଃ. କଲାମଙ୍କ ଭଳି ଜଣେ ବିଶିଷ୍ଟ ବୈଜ୍ଞାନିକ,ଶିକ୍ଷାବୀତ ଓ ଯୋଗଜନ୍ମା ମହାତ୍ମାଙ୍କ ଜୟନ୍ତୀ ସରକାରୀ ସ୍ତରରେ ପାଳନ ହେଉନଥିବା ଯୋଗୁଁ ଦୁଃଖ ପ୍ରକାଶ କରି ଏହା ଆଗାମି ଯୁବପିଢୀଙ୍କ ପାଇଁ ଶିକ୍ଷଣୀୟ ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଛନ୍ତି । ସୂର୍ଯ୍ୟ,ଚନ୍ଦ୍ର ଥିବା ପର୍ଯ୍ୟନ୍ତ ଡଃ.କଲାମ ପ୍ରାତ ସ୍ମରଣୀୟ ହୋଇରହିବେ ଓ ଆମ ଦେଶ ପାଇଁ ସେ ଅବିସ୍ମରଣୀୟ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ରମେଶ ଥାଟୋଇ, ଦଳିତ ସଭାପତି ଶାନ୍ତନୁ ନାୟକ, ବୀବେକ ନାୟକ, ଯୁବ ସଭା ମଂଚ ଉପଦେଷ୍ଟା ଗୋପାଳ ମହାପାତ୍ର, ଶିକ୍ଷାବୀତ ନିରଞ୍ଜନ ମେକାପ, ପ୍ରଭାତ ବେହେରା, କୁନି ଦାସ ପ୍ରମୁଖ ଡଃ. କଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


