ନିଖୋଜ ଯୁବତୀ କୁ ଉଦ୍ଧାର କଲା ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ନିଖୋଜ ଥିବା ଯୁବତୀ କୁ ପାଟପୁର ପୋଲିସ ମୋହନା ଥାନା ଚନ୍ଦ୍ରଗିରି ନିକଟସ୍ଥ ଯୁବାଗାଁ ରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ କତାପଲ୍ଲୀ ଗ୍ରାମର ବାସୁ ଗୌଡ଼ ତାଙ୍କ ସ୍ତ୍ରୀ ବିଲକୁ କାମକରିବାକୁ ଯାଇଥିବା ବେଳେ ଝିଅ ମାମତା ଗୌଡ଼(୨୦) ଘରେ ଏକୁଟିଆ ଥିଲା କାମରୁ ଫେରିବା ପରେ ମମତା ଘରେ ନାହିଁ ।ସାହି ପଡିଶା ଲୋକମାନଙ୍କ ସହ ନଦୀ ବନ୍ଧ ଗାଁ ସାରା ଖୋଜି ମଧ୍ୟ ଝିଅ କୁ ପାଇନଥିଲେ ଶେଷରେ ପାଟପୁର ଥାନା ରେ ଏତଲା ଦେବାପରେ ପାଟପୁର ପୋଲିସ ୯/୨୪ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପଦ୍ମନାଭ ସାହୁ ଙ୍କୁ ତଦନ୍ତ କରିବାକୁ ଦାୟୀତ୍ବ ଦେଇଥିଲେ। ଶ୍ରୀ ସାହୁ ନିଖୋଜ ଥିବା ଯୁବତୀ ଙ୍କ ଗ୍ରାମ କତାପଲ୍ଲୀ ଯାଇ ତଦନ୍ତ ଆରମ୍ଭ କରିଥିଲେ।ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ନିକଟସ୍ଥ ଯୁବାଗାଁ ର ମିନକେତନ ଦଳେଇ ତାର ମାମୁ ଘର କତାପଲ୍ଲୀ ଆସି ମାମତାକୁ ନେଇଥିବା ଜାଣିବାକୁ ପାଇଲେ।ପୋଲିସ ଉକ୍ତ ଯୁବକ ଙ୍କ ଗ୍ରାମରେ ପହଞ୍ଚି ମମତା ଉଦ୍ଧାର କରି ପାଟପୁର ଥାନା କୁ ଆଣିଥିଲେ । ମମତା ଗୌଡ଼ ଙ୍କ ବାପା ବାସୁ ଗୌଡ଼ ଙ୍କ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରିଥିବା ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ