ନିଖୋଜ ସଫେଇ କର୍ମଚାରୀ ଙ୍କର ଝୁଲନ୍ତା ଶବ ଉଦ୍ଧାର
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଖଲ୍ଲିକୋଟ ଏନ୍ ଏ ସି ହରିଜନ ସାହିରେ ବାସିନ୍ଦା ଯୋଗୀ ନାୟକ ଙ୍କ ପୁଅ ସ୍ଵାଧୀନ ନାୟକ (୨୫) ତିନି ଦିନ ହେଲା ନିଖୋଜ ରହିଥିଲେ l ପରିବାର ଲୋକେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଏବଂ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ଏନେଇ ଖଲ୍ଲିକୋଟ ଥାନାରେ ଲିଖିତ ଜଣାଇଥିଲେ l ଆଜି ସକାଳୁ ସଫେଇ କର୍ମଚାରୀ ମାନେ ଅଳିଆ ପକାଇ ଗଛ ସଫା କରୁଥିବା ବେଳେ ସ୍ବାଧୀନ ର ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ l ସେଠାରେ ପରିବାର ଓ ସମ୍ପ୍ରକିୟ ମାନେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଥିବା ବେଳେ କାରଣ ଅସ୍ପଷ୍ଟ l


