ବଡ଼ ମେଡିକାଲର ଘରୋଇକରଣ କାହା ସ୍ୱାର୍ଥ ରେ – ପୀତବାସ ପଣ୍ଡା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅବହେଳା ର ଶିକାର ହୋଇ ଆସୁଥିବାର ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି । ଉତ୍କୃଷ୍ଟ ରୋଗୀ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ବ୍ରହ୍ମପୁର ବଡ଼ ମେଡିକାଲ କୁ ରାଜ୍ୟର ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି ।ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ନିକଟରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟିର ମୂଖପାତ୍ର ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ଦ୍ୱାର ମାଗିଥିବା ଏକ ତଥ୍ୟ ଅନୁଯାୟୀ ସରକାର ଘରୋଇ ସଂସ୍ଥାନ କୁ ସ୍ୱାସ୍ଥ୍ୟ ସେବା ନାଁରେ ଅନୁଗ୍ରହ କରିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି । ହସ୍ପିଟାଲର ସୁରକ୍ଷା ବାବଦରେ ସରକାର ୨୦୨୧-୨୨ ଓ ୨୦୨୨-୨୩ ରେ ଯଥାକ୍ରମେ ୪ କୋଟି ୪୪ ଲକ୍ଷ ୫ ହଜାର ୫୪୩ ଟଙ୍କା ଓ ୫ କୋଟି ୧୧ ଲକ୍ଷ ୯୯ ହଜାର ୫୫୫ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଲିଫ୍ଟ ପରିଚାଳନା ପାଇଁ ୨୦୨୧-୨୨ ଓ ୨୦୨୨-୨୩ ରେ ୨୫ ଲକ୍ଷ ୬୨ ହଜାର ୬୭୮ ଟଙ୍କା ଓ ୧୬ ଲକ୍ଷ ୫ ହଜାର ୧୫୦ ଟଙ୍କା ଖର୍ଚ୍ଚ କରିଛନ୍ତି ।ସବୁଠାରୁ ଅଶ୍ୱର୍ଯ୍ୟ ଜନକ ହେଲା ରାଜ୍ୟ ସରକାର ଏମ. ଆର. ଆଇ (MRI) ପରୀକ୍ଷା କରିବାପାଇଁ ବ୍ରହ୍ମପୁର ସ୍ଥିତ ନିଦାନ ପରୀକ୍ଷାଗାର କୁ ଗତ ଡିସେମ୍ବର ଠାରୁ ଏପ୍ରିଲ ମାତ୍ର ପାଞ୍ଚ ମାସ ମଧ୍ୟରେ ୭୯ ଲକ୍ଷ ୯୪ ହଜାର ଟଙ୍କା ପୈଠ କରିଛନ୍ତି । ଶ୍ରୀ ପଣ୍ଡା MRI ନାଁରେ ଏକ ଘରୋଇ ସଂସ୍ଥାକୁ ଏତେ ମୋଟା ଅଙ୍କରେ ଟଙ୍କା ପୈଠ କରିବା ଓ ବଡ଼ ମେଡିକାଲର MRI ମେସିନ କୁ ରୃଗୁଣ କରିବା ଘଟଣା କାହା ସ୍ୱାର୍ଥ ରେ ବୋଲି ପ୍ରଶ୍ନ କରିଛନ୍ତି । ଲିଫ୍ଟ ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ରୋଗୀଙ୍କୁ ସେବା ଯୋଗେଇବାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହିପରିକି ଦୀର୍ଘ ଦିନ ଧରି ମେଡିକାଲ ର ଲିଫ୍ଟ କାମ ନକରିବା ଅଭିଯୋଗ ମଧ୍ୟ ଆସୁଛି ,ରାଜ୍ୟ ସରକାର ଘରୋଇ ସିକ୍ୟୁରୀଟି ବାବଦରେ କୋଟି କୋଟି ଟଙ୍କା ଘରୋଇ ସଂସ୍ଥା ମାନଙ୍କୁ ନଦେଇ ମେଡିକାଲ ସୁରକ୍ଷା ପାଇଁ କାର୍ଯ୍ୟରତ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ଓ ଘରୋଇ ମାଲିକାନା କୁ ହଟାଇ ମେଡିକାଲ ର ସୁରକ୍ଷା କୁ ନିଜ ହାତକୁ ନିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ