ନିଜଠାରୁ ୬୬ ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ବୃଦ୍ଧ
ଇଣ୍ଡୋନେସିଆ : ବୟସ ସମ୍ପର୍କର ମାପକାଠି ନୁହେଁ, ଏହା କେବଳ ଏକ ନମ୍ବର । ସମୟ ବଦଳିବା ସହ ବିବାହର ବୟସ ଓ ସମ୍ପର୍କ ମଧ୍ୟ ବଦଳିବାରେ ଲାଗିଛି । କେତେବେଳେ କନ୍ୟା ବରଠାରୁ ବଡ ହେଲାଣି ତ କେତେବେଳେ ସାନ । ବୟସରେ ଢେର ବ୍ୟବଧାନ ରହିଥିବା ଏକ ଆରେଞ୍ଜ ମ୍ୟାରେଜ୍କୁ ନେଇ ଚର୍ଚ୍ଚା ହୋଇଛି।
ଇଣ୍ଡୋନେସିଆଠାରେ ୧୦୩ ବର୍ଷୀୟ ବୃଦ୍ଧ ନିଜଠାରୁ ୬୬ ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ୧୦୩ ବର୍ଷୀୟ ପୁଆଙ୍ଗ କଟ୍ଟେ ୩୭ ବର୍ଷୀୟା ଇଣ୍ଡୋ ଅଲଙ୍ଗଙ୍କ ସହ ବିବାହ କରିଛନ୍ତି। ଫେସ୍ବୁକ୍ ଓ ଟୁଇଟର୍ରେ ଏହି ବିବାହ ଫଟୋକୁ ଭାଇରାଲ୍ ହେବା ପରେ ଏହି ଆରେଞ୍ଜ୍ ମ୍ୟାରେଜ୍ ବିରୋଧରେ ସ୍ବର ଉଠାଇଛନ୍ତି ଲୋକେ । ମିଳିଥିବା ସୂଚନା ଅନୁସାରେ ପୁଆଙ୍ଗ୍ ଜଣେ ଡଚ୍ କର୍ଣ୍ଣଲ୍ । ତେବେ ବିବାହ ପରେ ଦୁହିଁଙ୍କ ବୟସର ତାରତମ୍ୟକୁ ନେଇ ଏବେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ସେହିପରି ଏହି ବାହାଘରରେ ଦିଆଯାଇଥିବା ଯୌତୁକକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ପୁଆଙ୍ଗ କନ୍ୟା ଘରକୁ ମାତ୍ର ୨୫,୦୦୦ଟଙ୍କା ସହିତ ଏକ ସୁନା ମୁଦି ଦେଇ ବିବାହ କରିଛନ୍ତି । ବିବାହ ପରେ ଦୁହେଁ ସୁଲୋବେସିଠାରେ ଅବସ୍ଥାନ କରୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଏହିପରି କାହାଣୀ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ଜଣେ ୭୬ ବର୍ଷୀୟ ବୃଦ୍ଧ ଜଣେ ୧୬ ବର୍ଷର କନ୍ୟାଙ୍କୁ ବିବାହ କରିଥିଲେ । ସେହିପରି ୨୦୧୦ ମସିହାରେ ଜିମ୍ବାଓ୍ବେରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ୨୩ ବର୍ଷର କନ୍ୟା ବିବାହ କରିଥିଲେ। ବଲିଉଡ୍ ଲୋକପ୍ରିୟ ମଡେଲ୍ ତଥା ଅଭିନେତା ମିଲିନ୍ଦ ସୋମନ୍ ୫୩ ବର୍ଷ ବୟସରେ ନିଜଠାରୁ ସାନ ୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ କରିଥିଲେ ।