ନିଜ ଭଉଣୀ ପାଇଁ ସ୍ୱର ଉଠାଇଲେ କଙ୍ଗନା ରାଣାୱତ

ଅଭିନେତା କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମୁରାଦାବାଦରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରଙ୍ଗୋଲି ଏକ ବିବାଦାସ୍ପଦ ଟ୍ୱିଟ ଲେଖିଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ବାସ୍ତବରେ ତାଙ୍କର ବିବାଦୀୟ ଟ୍ୱିଟ ପରେ କିଛି ସେଲିବ୍ରିଟି ଓ ୟୁଜର ତାଙ୍କ ଆକାଉଣ୍ଟ ରଦ୍ଧ କରିବାକୁ କହିଥିଲେ । ବିଶିଷ୍ଟ ଅଳଙ୍କାର ଡିଜାଇନର ରଙ୍ଗୋଲୀଙ୍କ ମନ୍ତବ୍ୟ ପରେ କରିଥିବା ଟ୍ୱିଟ ବି ଚର୍ଚ୍ଚାରେ ରହିଥିଲା । ରଙ୍ଗୋଲିଙ୍କ ବିବାଦୀୟ ଟ୍ୱିଟର ଦୁଇ ଦିନ ପରେ କଙ୍ଗନା ନିଜ ଭଉଣୀକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି । ସେ କହିଛନ୍ତି ଯେ ମୋ ଭଉଣୀ ରଙ୍ଗୋଲି କହିଥିଲେ ଯେ ଯେଉଁମାନେ ଡାକ୍ତର ଓ ପୁଲିସଙ୍କ ଉପରେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଗୁଳି କରି ମାରିଦେବା ଉଚିତ । ମାତ୍ର ଫରହା ଏହାକୁ ଭୁଲ ଅର୍ଥରେ ନେଇ କହିଛନ୍ତି ଯେ ଏଥିରେ ମୁସଲିମ ସଂହାର କଥା କୁହାଯାଇଛି । ଯଦି ମୋ ଭଉଣୀ ଟ୍ୱିଟ୍‍ରେ ସେମିତି କିଛି ଥିବ, ତେବେ ମୁଁ ବ୍ୟକ୍ତିଗତ ଭାବେ ଯାଇ ଏଥିପାଇଁ କ୍ଷମା ମାଗିବି ବୋଲି କଙ୍ଗନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ