ଗଞ୍ଜାମ ବ୍ଳକ ଓ ଏନଏସି କୁ ଛତ୍ରପୁର ଉପଜିଲ୍ଲାପାଳଙ୍କ ଗ୍ରସ୍ତ ,ବିଭିନ୍ନ ଯୋଜନା ର ଅନୁଧ୍ୟାନ
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଲକ ଓ ଏନଏସି କୁ କୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗ୍ରସ୍ତ କରି ବିଭିନ୍ନ ଯୋଜନା ର ଅନୁଧ୍ୟାନ କରିଥିବା ଦେଖାଯାଇଛି । ଉକ୍ତ ସମୟ ରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପାଣ୍ଡ, ସିଡିପିଓ ସଲୀଳ ପ୍ରଧାନ, ଗଞ୍ଜାମ ଏନଏସି ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ଉପସ୍ଥିତ ଥିଲେ । ପ୍ରଥମେ କାଇଞ୍ଚପୁର ପରେ ମଲାଡ଼, ପୋଇରାଶି, ସନ୍ତୋଷପୁର, ହୁମ୍ମା,ପଞ୍ଚୟତ ର ବିଭିନ୍ନ ଗ୍ରାମର ପରେ ଗଞ୍ଜମ ଏନଏସି ର ପୁଇତୋଳ ଗ୍ରାମର କୁ ଯାଇ ଲୋକ ଙ୍କୁ ଛତୁଆ, ଶୁଖିଲା ଓ ଗରମ ଖାଦ୍ୟ , ଶୁଖିଲା ରାସନ, ଗରମ ଖାଦ୍ୟ ବଣ୍ଟନ, ନେଇ ପଚାରିଥିଲେ । ନିର୍ମାଣ ଶ୍ରମିକ, ଓ ବର୍ଦ୍ଧକ୍ୟା ଭତା, ରାସନ ସାମଗ୍ରୀ ବଣ୍ଟନ ନେଇ ପଚାରି ବୁଝିଥିଲେ । ଗର୍ଭବତୀ ମହିଳା ଙ୍କୁ ଅଣ୍ଡା ଓ ଚତୁଆ ମିଳୁଛି ନା ନାହିଁ , ଅଙ୍ଗନା ବାଡ଼ି ଦିଦି, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନେ ବୁଲୁଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସୁମିତା ଦାସ, କଳାବତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


