ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କାର୍ଯ୍ୟରତ ‘ନବୀନ’ର ଜିଲ୍ଲାସ୍ତରୀୟ ସାମ୍ବାଦିକ ବୀରକିଶୋର ପଟ୍ଟନାୟକଙ୍କ ମାଆ ସୀତାଲକ୍ଷ୍ମୀ ପଟ୍ଟନାୟକ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି । ଆଜି ନିଜ କରଣସାହିସ୍ଥ ବାସଭବନ ରେ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ଯୋଗୁଁ ପରଲୋକ ହୋଇଯାଇଥିବାର ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ବର୍ଷ ହୋଇଥିଲା । ସେ ଜଣେ ମିଷ୍ଠଭାଷୀ, ପରଉପକାରୀ ଓ ଧର୍ମପରାୟଣ ମହିଳା ଅଟନ୍ତି । ତାଙ୍କ ବିୟୋଗରେ କରଣସାହି ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ପାରଳା ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ବିଜେଡି ନେତା ଜମାଦାର ପଟ୍ଟନାୟକ, କଂଗ୍ରେସ ନେତା ତଥା ପୂର୍ବତନ ପାରଳା ଉପନଗରପାଳ ସଞ୍ଜୟ କୁମାର ଅଧିକାରୀ, କଂଗ୍ରେସ ନେତା ବସନ୍ତକୁମାର ପଣ୍ଡା, ସଂଗ୍ରାମ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲା ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣ କୁମାର ବେହେରା, ନରସିଂହ ପ୍ରସାଦ ପଟ୍ଟନାୟକ, ବାଳକୃଷ୍ଣ ପାଣିଗ୍ରାହୀ, ପ୍ରଭାତ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାକୁ ସମବେଦନା ଜ୍ଞାପନ କରିଛନ୍ତି । ସେହିପରି ବରିଷ୍ଠ ଆଇନଜୀବୀ ଭୁବନେଶ୍ୱର ପଟ୍ଟନାୟକ, ଅବସରପ୍ରାପାତ ବ୍ୟାଙ୍କ ଅଧିକାରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ହରିମୋହନ ପଟ୍ଟନାୟକ, ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ମନୋରଂଜନ ପଟ୍ଟନାୟକ, ମୋନଜ ପାଢୀ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ