ନିମାପଡା ମହୋତ୍ସବ ଉଦଯାପିତ

ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ନିମାପଡା ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।ଶେଷ ସନ୍ଧ୍ୟାର ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁକ୍ତାକାଶ ମଞ୍ଚରେ ମହୋତ୍ସବ କମିଟି ଓ ହେଲ୍ପଲାଇନ ଆନୁକୂଲ୍ୟରେ ଅନୁଷ୍ଠିତ ୨୨ତମ ନିମାପଡ଼ା ମହୋତ୍ସବରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ଯୋଗଦେଇ ଥିବା ବେଳେ ମହୋତ୍ସବ ଓ ଅଭ୍ୟର୍ଥନା କମିଟି ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ।ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ କାର୍ଯ୍ୟ କ୍ରମ ସଂଯୋଜନା କରିଥିଲେ।ଏହି ଅବସରରେ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଲିଖିତ ଉପନ୍ୟାସ”ଅଦୃଶ୍ୟ ଭଉଁରୀ”ର ଉନ୍ମୋଚନ କରାଯାଇଥିଲା।ଶେଷ ସଂଧ୍ୟାର ପ୍ରଥମ ଚରଣରେ କଲିକତାର ନୃତ୍ୟକଥା ଡାନ୍ସ ଗୃପ୍ ପକ୍ଷରୁ କଥକ ନୃତ୍ୟରେ ଶିବ,ଧାମର, ପ୍ରେମ,ଦରବାରୀ ଓ ବର୍ଷା ବେଶ୍ ଚିତ୍ତାକର୍ଷକ ଥିଲା।ଦ୍ବିତୀୟ ଚରଣରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟ କେନ୍ଦ୍ରର କଳାକାର ମାନେ ଗୋଟିପୁଅ ନୃତ୍ୟରେ ସିଂହବାହିନୀ,ଆହେ ନୀଳଶଇଳ ଓ ବନ୍ଧନୃତ୍ୟ ଦର୍ଶକଙ୍କୁ କିଛି ସମୟ ବାନ୍ଧି ରଖିଥିଲା।ତୃତୀୟ ଓ ଶେଷ ଚରଣରେ ସଂସ୍କୃତି ବିଭାଗ ପକ୍ଷରୁ କଟକର ମା ଭୈରବୀ ପାଇକ ଆଖଡ଼ା ସଂଘର କଳାକାର ମାନେ ଅତି ସୁନ୍ଦର କଳା କୈଶଳ ପ୍ରଦର୍ଶନ କରିଥିଲେ।ନିମାପଡ଼ାର ଷ୍ଟ୍ରେଞ୍ଜର ଡାନ୍ସ ଗୃପ ପକ୍ଷରୁ ଡାନ୍ସ ଡ୍ରାମା ପରିବେଷଣ କରାଯାଇଥିଲା।ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବାଲୁକା‌ କଳା ଓ ପଲିଶ୍ରୀ ମେଳା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ