ନିମାପଡା ଠାରେ ବିଶ୍ଵ ହକି କପ୍ ଟ୍ରଫି କୁ ସ୍ଵାଗତ

ନିମାପଡ଼ା, (ସନ୍ତୋଷ ଦାଶ):ଜାତୀୟ ଖେଳ ହକି ୱାର୍ଲଡ଼ କପ୍ ପାଇଁ ଚଳଚଞ୍ଚଳ ହେବାକୁ ଲାଗିଲାଣି ସମଗ୍ର ରାଜ୍ୟ।କ୍ରୀଡା ପ୍ରେମୀ ମାନଙ୍କ ଭିତରେ ଦେଖିବାକୁ ମିଳୁଛି ଆନନ୍ଦ ଉତ୍ସାହ।ହକି ୱାର୍ଲଡ଼ କପ୍ ଖେଳ ଆମ ରାଜ୍ୟ ପାଇଁ ସମ୍ମାନ ଆଣିଥିବାବେଳେ କ୍ରୀଡା ପ୍ରେମୀଙ୍କ ପାଇଁ ଆଣିଛି ପ୍ରେରଣା। ୱାର୍ଲଡ଼ କପ୍ ଟ୍ରଫିକୁ ଓଡିଶାର ସମସ୍ତ ଜିଲ୍ଲା ଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ପୁରୀ ଜିଲ୍ଲା ନିମାପଡା ଦୋଳବେଦୀ ଛକ ନିକଟରେ ୱାର୍ଲଡ଼ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି।ଏହି ସ୍ୱାଗତ ସଭାରେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବିଡିଓ ବସନ୍ତ କୁମାର ମଲିକ,ନିମାପଡା ବିଇଓ ଦ୍ବିତିକାନ୍ତ ପ୍ରଧାନ,ଏବିଇଓ ସୌଦାମୀନ ଦାଶ,ନିମାପଡା ଏନଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ,ନଗର ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ସମେତ ନିମାପଡା ଅଞ୍ଚଳର ସ୍କୁଲ ଓ କଲେଜର ପିଇଟି ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ହକି ୱାର୍ଲଡ଼ କପକୁ ସ୍ୱାଗତ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ