ନିର୍ଦ୍ଦିଷ୍ଟ ସମୟ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ନିମାପଡା, (ସନ୍ତୋଷ ଦାଶ):ଆଜି ନିମାପଡା ର ତଳଅଣ୍ଡିଆ ଠାରୁ ଗୋଲେଇ ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ରାସ୍ତା କାର୍ଯ୍ୟକୁ ବିଧାୟକ ସମୀର ରଞ୍ଜନ ଦାଶ ତଦାରଖ କରିବା ସହିତ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଧାୟକଙ୍କ ସହିତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଶଶିଭୂଷଣ ମହାନ୍ତି,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଆଚାର୍ଯ୍ୟ, ନିମାପଡା ତହସିଲଦାର ବସନ୍ତ କୁମାର ହାତୀ, ନଗରପାଳ ସସ୍ମିତା ସାହୁ , ଉପ ନଗରପାଳ ସନ୍ତୋଷ କୁମାର ଦାସ, ନଗର ବିଜେଡ଼ି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ୱାଇଁ ଓ ବିଦ୍ୟୁତ ବିଭାଗ ଅଧିକାରୀ ବିଶ୍ୱିଜିତ ବେହେରା ଙ୍କ ସହିତ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ କିପରି ସଠିକ ସମୟରେ କାର୍ଯ୍ୟ ଶେଷ ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ବିଧାୟକଙ୍କ ଦ୍ଵାରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।ବୈଠକରେ ସମସ୍ତ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ହେବା ସହିତ ନିର୍ଦ୍ଧାରିତ ସମୟ ସୀମା ଭିତରେ ସମସ୍ତ କାର୍ଯ୍ୟକୁ ଶେଷ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ