ନିର୍ଭୟା ଦୋଷୀ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବେ: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଯିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ କହିଛନ୍ତି। ମହିଳା ଓ ନାବାଳିକାମାନଙ୍କ ପ୍ରତି ବଢ଼ି ଚାଲିଥିବା ନିର୍ଯାତନାକୁ ନେଇ ଦଳମତ ନିର୍ବିଶେଷରେ ମହିଳା ସାଂସଦମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ଆଇନ ମନ୍ତ୍ରୀ ଗୃହର ଉଦ୍‌ବେଗ ସହ ନିଜକୁ ସାମିଲ କରିଥିଲେ। ସେ କହିଥିଲେ ଯେ ସରକାର ଏହି ଦିଗ ପ୍ରତି ଧ୍ୟାନ ଦେଉଛନ୍ତି। ମହିଳା ଓ ନାବାଳିକା ନିର୍ଯାତନାକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରସାଦ କହିଥିଲେ।
ଏହାପରେ ରବିଶଙ୍କର କହିଥିଲେ ଯେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ନିଶ୍ଚିତରେ ଶୀଘ୍ର ଫାଶୀ ଦିଆଯିବ। ୪ ଦୋଷୀ ଆଇନର ଦୁରୂପଯୋଗ କରି ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରି ଚାଲିଛନ୍ତି। ମାତ୍ର ସୁପ୍ରିମକୋର୍ଟ ସେମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରି ସାରିଥିବାରୁ ସେମାନଙ୍କୁ କେହି ବି ବଞ୍ଚାଇ ପାରିବେ ନାହିଁ ବୋଲି ସେ କହିଥିଲେ। ସେହିପରି ମହାରାଷ୍ଟ୍ରରେ ଜଣେ ଶିକ୍ଷୟିତ୍ରୀଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯିବ ଓ ସମ୍ପୃକ୍ତ ଶିକ୍ଷୟିତ୍ରୀ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବାକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ଏନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ