ନୂଆବର୍ଷ ଆଗମନକୁ ନେଇ ବଜାର ଦୋକାନରେ ଭିଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ୭ଗୋଟି ବ୍ଲକ ଯଥା, ମୋହନା, ରାୟଗଡା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା, ଆର.ଉଦୟଗିରିରେ ୨୦୨୧ବର୍ଷକୁ ବିଦାୟ ଦିାଯାଇଥିଲା । ସରକାରଙ୍କ କୋଭିଡ କଟକଣା ଯୋଗୁଁ ଗତକାଲି ଜିରୋ ନାଇଟ ପାଳନ ପ୍ରତ୍ୟେକ ବର୍ଷ ଭଳି ଯାକଜମକରେ ପାଳନ କରାଯାଇ ନଥିଲେ ମଧ୍ୟ ଲୋକେ ନିଜନିଜ ଘରେ କମ୍ ସଂଖ୍ୟକ ସାଙ୍ଗସାଥୀ ମେଳରେ ପୁରାତନ ୨୦୨୧ ମସିହାକୁ ବିଦାୟ ଦେବା ସହ ନୂତନ ବର୍ଷ ୨୦୨୨ ମସିହାକୁ ସ୍ୱାଗତ କରିଥିଲେ । ଆଜି ସକାଳୁ ନୂତନ ବର୍ଷର ପ୍ରଥମ ଦିନରେ ଲୋକେ ନିତ୍ୟକର୍ମ ସାରି ନିଜ ସୁଭେଚ୍ଛୁମାନଙ୍କୁ ଫୁଲତୋଡା ପ୍ରଦାନ କରି ମିଷ୍ଟାନ୍ନ ଖୁଆଇ ନୂତନ ବର୍ଷ ୨୦୨୨କୁ ସ୍ୱାଗତ କରିବା ସହ ପରସ୍ପର ମଧ୍ୟରେ ଅଭିନନ୍ଦନ ଜ୍ଞାପନ କରିଥିଲେ ।


