ରେଳପଥର ବିକାଶ ପାଇଁ : ପାରଳା ବିଧାୟକ ଭେଟିଲେ ଡିଆର୍‌ଏମ୍‌ଙ୍କୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ରେଳ ବିଭାଗର ଡିଆର୍‌ଏମ୍‌ଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭେଟି ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବାର ଜଣାପଡିଛି । ମୁଖ୍ୟତଃ ରେଳଯାତ୍ରା ଓ ଜିଲ୍ଲାରେ ଥିବା ବିଭିନ୍ନ ରେଳ ଷ୍ଟେସନର ଅସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି । ବିଧାୟକ ଶ୍ରୀ ରାଓ ଡିଆରଏମ୍ ଅନୁପ କୁମାର ଶତପଥୀଙ୍କୁ ଭୁବନେଶ୍ୱର ପଲାସା ଟ୍ରେନକୁ ପାରଳାଖେମୁଣ୍ଡି ଯାଏଁ ଚଳାଚଳ କରାଇବାକୁ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା, କାଶୀନଗର ରେଳ ଷ୍ଟେସନରେ ରାଜ୍ୟରାଣୀ ଟ୍ରେନର ରହଣି ବ୍ୟବସ୍ଥା ସହ ସପ୍ତାହକୁ ୩ଥର ଚାଲୁଥିବା ଟ୍ରେନକୁ ପ୍ରତ୍ୟେକ ଦିନ ଚଳାଇବା ପାଇଁ ଦାବି ଜଣାଇଛନ୍ତି । ୨୦୨୨ ବର୍ଷ ଶେଷ ସୁଦ୍ଧା ଅନୁଧ୍ୟାନ କରାଯାଇ ସମସ୍ତ ଦାବି ପୁରଣ କରିବା ପାଇଁ ପ୍ରତିସୃତି ଦେଇଥିବା ବିଧାୟକ ଶ୍ରୀ ରାଓ ଜଣାଇଛନ୍ତି । ଡିଆର୍‌ଏମ୍‌ଙ୍କୁ ଏହି ଭେଟଘାଟ ସମୟରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌. ସିମାଦ୍ରୀ, ଏସ୍‌. ଶ୍ରବଣ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ