ନୂଆ କାରକୁ କେମିତି କରିବେ ପୂଜା?
ସାଧାରଣତଃ ନୂଆ ଗାଡ଼ି କିଣିବା ପରେ ଲୋକେ କୌଣସି ମନ୍ଦିରକୁ ଯାଇ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କିଭଳି ପୂଜା କରିବେ ତାହା ଜାଣିବା ଉଚିତ୍ ।
ନୂଆ କାର୍ କିଣିଥିଲେ ପ୍ରଥମେ ଆମ୍ବ ପତ୍ରରେ ତିନିଥର ଜଳ କାର୍ ଉପରେ ସିଞ୍ଚନ କରନ୍ତୁ । ଏହା ଦ୍ୱାର କାର୍ ଘରର ହୋଇଯାଇଥାଏ । ଏହାର ଗୃହ ପ୍ରବେଶ ହେଲା ବୋଲି କୁହାଯାଏ । ତା’ପରେ ସିନ୍ଦୂର ଓ ଘିଅରେ ପ୍ରସ୍ତୁତ ତିଲକରେ କାର୍ରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଏହା ଫଳରେ ଯାତ୍ରା ସମୟରେ କୌଣସି ପ୍ରକାରର ବାଧା ବିଘ୍ନ ହୋଇନଥାଏ । ଏହା ପରେ କାର୍ରେ ଫୁଲମାଳ ପିନ୍ଧାନ୍ତୁ । ତା’ପରେ କାର୍ରେ ତିନି ଥର କଲ୍ୱା ବାନ୍ଧନ୍ତୁ । କଲୱା ହେଉଛି ରକ୍ଷା ସୂତ୍ର । ଏହା ବାହାରକୁ ସୁରକ୍ଷା ପ୍ରଦାନ କରିଥାଏ ।
ଏହା ପରେ କର୍ପୂରରେ ଆଳତି କରନ୍ତୁ । କଳସରେ ଥିବା ଜଳକୁ ଉଭୟ ବାମ ଓ ଦକ୍ଷିଣ ପଟେ ପକାନ୍ତୁ । କର୍ପୂରର ପାଉଁଶରେ ଏକ ତିଳକ ବାହନରେ ଲଗାନ୍ତୁ । ତା’ପରେ କାର୍ ଉପରେ ମିଷ୍ଟାନ୍ନ ରଖନ୍ତୁ । ଏକ ନୂଆ ନଡ଼ିଆ ହାତରେ ଧରି କାର୍ ଚାରି ପଟେ ସାତ ଥର ପ୍ରଦକ୍ଷିଣ କରି କାର୍ ଆଗରେ ନଡ଼ିଆ ଭାଙ୍ଗନ୍ତୁ । ତା’ପରେ ଭଙ୍ଗା ନଡ଼ିଆ ଉପରେ ଗାଡ଼ି ଚଳାଇ ଏକ ଚକ୍କର କାଟନ୍ତୁ ।


