ନୂତନ ବର୍ଷ ‘ଉଗାଦି ୨୦୨୩’ସୁପ୍ରସିଦ୍ଧ ତେଲୁଗୁ ତାରକା ସୁମନ ଓ ବାବୁମୋହନ ମୁଖ୍ୟ ଆକାଶ୍ରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ତେଲୁଗୁ ସମ୍ପ୍ରଦାୟର ଉଗାଦି’ ପର୍ବ ଅଟେ. ଏଥିପାଇଁ ତେଲୁଗୁ ସମ୍ପ୍ରଦାୟ ତରଫରୁ ଉଗାଦି ପର୍ବକୁ ମହା ଆଡମ୍ବରରେ ଗତକାଲି ପାଳନ କରାଯାଇଥିବା ଦେଖା ଦେଇଛି. ପାରଳାଖେମୁଣ୍ଡି ହାଇଟେକ ପ୍ଲାଜ଼ା ପଡିଆ ଠାରେ ‘ଉଗାଦି ଉତ୍ସବ ୨୦୨୩’ କୁ ମହାସମାରୋହରେ ଅତ୍ୟନ୍ତ ରଙ୍ଗାରଙ୍ଗ ଆୟୋଜନରେ ଗତକାଲି ସନ୍ଧ୍ୟାରେ ପାଳନ କରାଯାଇଛି. ହାଇଟେକର ମୁଖ୍ୟ ଡ଼. ତିରୁପତି ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲା କଳିଙ୍ଗ ବୈଶ୍ୟ ସଂଘ ତରଫରୁ ଆବାହକ ଭିଏସଏନ ରାଜୁଙ୍କ ମିଳିତ ନେତୃତ୍ୱରେ ଏହି ଉଗାଦି ଉତ୍ସବ ୨୦୨୩ କୁ ପାଳନ କରାଯାଇଥିଲା. ଗତକାଲି ସନ୍ଧ୍ୟାରେ ପଶ୍ଚିମା ଝଡ଼ ଜନିତ ପ୍ରବଳ ବର୍ଷା ସତ୍ୱେ ରାତ୍ର ୮ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଏହି ଉଗାଦି ଉତ୍ସବ ୨୦୨୩ ରେ ୨ ହଜାରରୁ ଉର୍ଦ୍ଧ ଦର୍ଶକ ସମାଗମ ହୋଇଥିଲେ. ସୁପ୍ରସିଦ୍ଧ ତେଲୁଗୁ ସିନେ ଷ୍ଟାର ସୁମନ ଏବଂ ବାବୁମୋହନର ମୁଖ୍ୟ ଅତିଥି ରହିଥିଲେ. ଏହି ୨ ଜଣ ଗତକାଲି ଉଗାଦି ଉତ୍ସବର ମୁଖ୍ୟ ଆକାଶ୍ରଣ ଥିଲେ. ଏହି ୨ ଷ୍ଟାରଙ୍କ ସମେତ ଦକ୍ଷିଣ ଭାରତର ୭ ଜଣ ସିନେ କମେଡିଆନଙ୍କ ସହ ତେଲୁଗୁ ଇଣ୍ଡିଆନ ଆଇଡ଼ଲ ୨ ଜଣ ମୁଖ୍ୟ କଳାକାର ଏହି ଉତ୍ସବରେ ସେମାନଙ୍କ ବିଭିନ୍ନ କମେଡି, ନୃତ୍ୟ, ଗୀତ ଏବଂ ବିଭିନ୍ନ କଳା ପ୍ରଦଶନ କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ. ପରିଶେଷରେ ହାଇଟେକର ମୁଖ୍ୟ ଡ଼.ତିରୁପତି ପାଣିଗ୍ରାହୀ, ଯୁବ ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ ନିମନ୍ତ୍ରିତ ଅତିଥି, ସମସ୍ତ କଳାକାର ଏବଂ ଉଗାଦି ଉତ୍ସବ ୨୦୨୩ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ସମ୍ମାନ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ