ନୂତନ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ୍ ରେ ନୂତନ ଭାବେ ଅନୁପ ପଣ୍ଡା ଦାଇତ୍ୱ ଗ୍ରହଣ କରିଛନ୍ତି।ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ରେ କାର୍ଯ୍ୟ କରୁଥିଲେ।ନୂତନ ବିଡ଼ିଓଙ୍କୁ ସ୍ଥାନୀୟ ଲ ଅଗ୍ରିନ ଅନୁଷ୍ଠାନ ବଂଶଧାରା ପାଠାଗାର ଠାରେ ସଭାପତି ହୃଷୀକେଶ ଗୌଡ ଙ୍କ ଅଧ୍ୟକ୍ଷତାରେ ସ୍ଵାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ,ପ୍ରେସ କ୍ଳବ୍ ସଭାପତି ଆନନ୍ଦ ପାତ୍ର,ଡାକ୍ତର ବେଦ ପ୍ରକାଶ,ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ସୁବାସ ବିଶ୍ୱାସ ରାୟ,ପ୍ରଶାନ୍ତ ସାହୁ,ସାମ୍ବାଦିକ ଟୁନା ଚୌଧୁରୀ,ରାଜେଶ ପଟ୍ଟନାୟକ, ଶିକ୍ଷାବିତ ଅଶୋକ ଗୌଡ ଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ଯୋଗଦେଇଥିଲେ।ଏହି ଉତ୍ସବରେ ନୂତନ ବିଡ଼ିଓ କହିଥିଲେ ଯେ ଅଞ୍ଜଳରେ ଉନ୍ନତି ପାଇଁ ଧ୍ୟାନ ଦେବେ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ