ନୂତନ ବିଡିଓଙ୍କ ପ୍ରଚେଷ୍ଟାରେ କୋଭିଡ ଟୀକା ଗ୍ରହଣ କଲେ ପାର୍ତ୍ତଡା ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ବ୍ଲକର ପାର୍ତ୍ତଡା ଏ ଆଦିବାସୀ ବହୁଳ ପଞ୍ଚାୟତ । ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହୁଥିବା ଲୋକମାନେ କରୋନା ଟୀକା ନେବା ପାଇଁ ରାଜି ହୋଇ ନଥିଲେ । ଡ. ଲକ୍ଷ୍ମୀ ପ୍ରସାଦ ସାହୁ କାଶୀନଗର ବ୍ଲକରେ ନୁତନ ଭାବେ ବିଡିଓ ଦାୟିତ୍ୱ ନେବା ପରେ ନିଜର ଚେଷ୍ଟା ଏବଂ କୋଭିଡ୍ ଟୀକା ନେବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନେଇ ଲୋକଙ୍କୁ ବୁଝାଇବା ଦ୍ୱାରା ଗ୍ରାମବାସୀମାନେ ଟିକା ଗ୍ରହଣ କରିଥିଲେ । ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, ସଡିପିଓ, ପାର୍ତ୍ତଡା ସରପଞ୍ଚ, ସ୍ଥାନୀୟ ଆଶାକର୍ମୀ, ଅଙ୍ଗନବାଡିକର୍ମୀ ପ୍ରମୁଖଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ ହୋଇଥିଲା । ଟୀକା ନେବା ପାଇଁ ଆଲୋଚନା ଜରିଆରେ ଗ୍ରାମବାସୀଙ୍କୁ ବୁଝାଇ ପାରିବା କ୍ଷେତ୍ରରେ ବିଡିଓଙ୍କ ଭୂମିକା ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ