ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଗୁଡିକ ସଠିକ୍ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନିମନ୍ତେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଘନ ଘନ ବୈଠକ କରି ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶମାନ ଦିଆଯାଉଛି । ଏହି ଗୁଡିକୁ କିଛି ପ୍ରଶାସନକି ଅଧିକାରୀ ମାନେ ଗାଁ ଟାଉଟର ଓ ଦଲାଲ ମାନଙ୍କ କବଜାରେ ପଡି ନିରୀହ, ଗରିବ ଏବଂ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରଙ୍କ ଯୋଜନା ଗୁଡିକରେ ସାମିଲ ନକରି ଧନୀକ ଶ୍ରେଣୀର ଓ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରି ମୋଟା ଅଙ୍କରେ ଅର୍ଥ ଉପାର୍ଜନ କରୁଛନ୍ତି । ଯାହା ଫଳରେ ନିରୀହ, ଅସହାୟ, ଗରିବ, ବିକଳାଙ୍ଗ ଏବଂ ଯୋଗ୍ୟ ହିତାଧିକାରୀ ମାନେ ଏଥିରୁ ବାଦ ପଡି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଉଛନ୍ତି । ଏହା ସତ୍ତ୍ୱେ ମଧ୍ୟ ବ୍ଲକ ସ୍ତରରେ ଅଧିକାରୀ ମାନେ ଏହାକୁ କର୍ଣ୍ଣପାତ ନ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ୍ କରୁନଥିବା ପରିଲକ୍ଷିତ ହେଉଛି । ଏହା ଖୋଦ୍ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ପଂଚାୟତରେ ଦେଖିବାକୁ ମିଳିଛି । ପଂଚାୟତ ଅଧିନରେ ଥିବା ସିଙ୍ଗିପୁର ଗ୍ରାମର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରୁ ବାଦ୍ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ନିରୀହ, ଗରିବ, ବିକଳାଙ୍ଗ ମାନଙ୍କ ପାଖରେ ଘର ଖଣ୍ଡେ ନଥିବାରୁ ସେମାନେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏ ସଂପର୍କରେ ଗୁହାରି ଜଣାଇଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେମାନେ କହିଛନ୍ତି । ଏନେଇ ସୋମବାର ଗ୍ରାମର ବହୁ ଯୋଗ୍ୟ ହିତାଧୀକାରୀ ମାନେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ସେମାନେ ଗତ ୩.୧୧.୨୦୨୧ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ହ୍ୱାଟସାପ୍ ନମ୍ବରରେ ଦାବିପତ୍ର ପଠାଇଥିବା ସେମାନେ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବହୁ ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ