ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ତିରୋଧାନ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତି ସମ୍ମୁଖରେ ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଭାରତ ରତ୍ନ ଡଃ ଭି. ଆର. ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ତିରୋଧାନ ଦିବସ ହୋଇଯାଇଛି । ଯୁବ ଆଇନଜିବୀ ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସଂସାର ର ସଂପାଦକ ରମେଶ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି, ଅବସରପ୍ରାପ୍ତ ଅତିରିକ୍ତ ଏସପି ଅଭିମନ୍ୟୁ ନାୟକ, ଆଇନଜିବୀ ଆଦିତ୍ୟ ନାୟକ, ଅନାମ ଚରଣ ପ୍ରଧାନ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ମହିଳା ନେତ୍ରୀ ରିନା ନାୟକ, ମମତା ନାୟକ, ଆରତି ଚର୍ତ୍ତି, କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍, ଭିକାରି ଚରଣ ଦାସ, ଆମ୍ବେଦକର ଚାରି ଟେବୁଲ ଟ୍ରଷ୍ଟର ଉପସଭାପତି ଏନ୍ ମଧୁସୁଦନ, ସିମାଂଚଳ ନାୟକ, ଦଳିତ ସହାୟକ ପ୍ରତିଷ୍ଠାନର ସଂପାଦକ ଜଗନ୍ନାଥ ଦାସ, ଶ୍ରୀହରି ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ସଙ୍ଗିତା ଦାସ, ଲକ୍ଷ୍ମୀ ପ୍ରିୟା ଭଞ୍ଜ, ମିନତି ପାତ୍ରଙ୍କ ସମେତ ବହୁ ବ୍ୟକ୍ତି ମାନେ ଯୋଗ ଦେଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ,ବୃଦ୍ଧ ବୃଦ୍ଧା ଏବଂ ଅସହାୟ ମାନଙ୍କୁ କମ୍ବଳ, ବିଭିନ୍ନ ବସ୍ତ୍ର ବଣ୍ଟନ କରାଯାଇଥିଲା ।


