ବିଧାନସଭା ଷ୍ଟାଣ୍ଡିଂ ସବକମିଟିର କେନ୍ଦ୍ରାପଡା ଗ୍ରସ୍ତ

କେନ୍ଦ୍ରାପଡା : ଓଡିଶା ବିଧାନସଭା ଷ୍ଟାଣ୍ଡିଂ ସବକମିଟି ଅଧ୍ୟକ୍ଷ ତଥା ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ତିନିଜଣିଆ କମିଟି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବୁଧବାର ଏଠାରେ ପହଁଚିଥିଲେ । ପ୍ରଥମେ ଭରତପୁର ପଂଚାୟତ ଗସ୍ତ କରି ସେଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତିରେ ଧାନକ୍ରୟ ସମ୍ପର୍କରେ ଲୋକମାନଙ୍କୁ ପଚାରି ବୁଝିବା ସହ ପ୍ୟାକ୍ସର କର୍ମକର୍ତ୍ତା ଓ ନିର୍ଦେଶକମାନଙ୍କ ସହ ଆଲୋଚନା କରିଥିଲେ । ଭରତପୁର ପଂଚାୟତ ପକ୍ଷରୁ ନବନିର୍ମିତ ପାର୍କବୁ ବୁଲି ଦେଖିଥିଲେ । ସେଠାରେ ସପପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ପ୍ୟାକ୍ସ ସଭାପତି ବସନ୍ତ କୁମାର ରାଉତ, ପ୍ୟାକ୍ସ ସମ୍ପାଦକ ସୁବୋଧ କୁମାର ଲେଙ୍କା, ନିର୍ଦେଶକ ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଷ୍ଟାଣ୍ଡିଂ ସବକମିଟି ଅଧ୍ୟକ୍ଷ ଢାଲିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜମଧର ପଂଚାୟତକୁ ଯାଇ ପ୍ୟାକ୍ସ ପରିଦର୍ଶନ ପରେ ଜଜାଙ୍ଗସ୍ଥିତ (ଗୋଲଡେନଗ୍ରାସ ଭିଲେଜ) କାଇଁଚରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଦେଖିଥିଲେ । ପରେ ସର୍କୀଟ ହାଉସରେ ଅନୁଷ୍ଠିତ ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଚାଷୀଙ୍କ ଠାରୁ ଧାନକ୍ରୟ, ବୟନଶିଳ୍ପ ଓ ହସ୍ତତନ୍ତ୍ର ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଡି.ଆର.ଡି.ଏ.ର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ଏ.ଆର.ସି.ଏସ.ଅଶୋକ ବେହେରା, ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପରିଚାଳକ ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ