ପଞ୍ଚମ ଦିନରେ ଦିଗପହଣ୍ଡିରେ ୨୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ରାଜନୈତିକ ମହଲରେ ଉଷ୍ମତା ଦେଖାଦେଇଛି । ରବିବାର ଦିନ ନାମାଙ୍କନ ପତ୍ର ଦାଖଲର ୫ ଦିନ ରହିଥିବା ବେଳେ ୧୧ ଗୋଟି ୱାର୍ଡରୁ ସର୍ବମୋଟ ୨୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ରହିଛି ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ସ୍ୱାଧିନ ପକ୍ଷରୁ ନଗରପାଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଜଣେ ଏକାଧାରରେ ସାହିତ୍ୟିକ , ଆଇନଜୀବୀ ଓ ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ । ଏହି ପରିପ୍ରେକ୍ଷୀରେ ଆଜି ହରପ୍ରସାଦ ନିଜ ସମର୍ଥକଙ୍କ ସହ ସ୍ଥାନୀୟ ଗୁପ୍ତେଶ୍ୱର ମନ୍ଦିର ପରିସରରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ବଜାର ସାହି ଗାନ୍ଧୀଛକରେ ରହିଥିବା କବିସୂର୍ଯ୍ୟ ବଳଦେବ ରଥ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଦାଖଲ ସମୟରେ ବରିଷ୍ଠ ଆଇନଜୀବି ଏ. ସମେଶ୍ବର ରାଓ , ରବିନ୍ଦ୍ରନାଥ ପାଣିଗ୍ରାହୀ , ଲକ୍ଷ୍ମୀନାରାୟଣ ପାଢୀ , ରସାନନ୍ଦ ରାଉତ , ପ୍ରଭାକର ରାଉତ , ମନୋରଞ୍ଜନ ପଣ୍ଡା , ମଞ୍ଜୁଳା କୁମାରୀ ଲେଙ୍କା ଉପସ୍ଥିତ ରହିଥିଲେ । ସେହିପରି ସିପିଆଇଏମ ପକ୍ଷରୁ ନଗରପାଳିକା ପ୍ରାର୍ଥୀନୀ ଭାବେ ଜୟନ୍ତୀବାଳା ମିଶ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଆଜି ୧ ନଂ ୱାର୍ଡ ପାଇଁ ସନ୍ତୋଷିନୀ ବେହେରା ( କଂଗ୍ରେସ) ଓ ସୁଷମା ଗୈାଡ ( ବିଜେପି) ପାଇଁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ୨ ନଂ ୱାର୍ଡରୁ ଖଗେଶ୍ୱର ଦାଶ ( କଂଗ୍ରେସ) , ୩ ନଂ ୱାର୍ଡରୁ ପ୍ରତିମା ମଲିକ ( କଂଗ୍ରେସ) ଓ ସୁଷମା ମଲିକ ( ବିଜେପି) , ୪ ନଂ ୱାର୍ଡରୁ ପିତବାସ ବେହେରା ( କଂଗ୍ରେସ) ଓ ଗଣେଶ ସେଠୀ ( ବିଜେପି) , ୫ ନଂ ୱାର୍ଡରୁ ମାମିନୀ ବେହେରା ( କଂଗ୍ରେସ) ଓ ଲକ୍ଷ୍ମୀ ବେହେରା ( ବିଜେପି ) , ୬ ନଂ ୱାର୍ଡରୁ ପ୍ରଭାସିନୀ ପୂଜାରୀ ( ବିଜେପି) ୭ ନଂ ୱାର୍ଡରୁ ସୁନୀଲ କୁମାର ପଣ୍ଡା ( କଂଗ୍ରେସ) ଓ ଏମ୍ . ଦିପ୍ତୀମୟୀ ( ବିଜେପି) , ୮ ନଂ ୱାର୍ଡରୁ ଇ. ଗାୟତ୍ରୀ ( କଂଗ୍ରେସ) ଓ ଏ. ସନ୍ତୋଷୀ ( ବିଜେପି) , ୯ ନଂ ୱାର୍ଡରୁ ଶିବଶଙ୍କର ଗୈାଡ ( ସିପିଆଇ) ଓ ଜାଗିଲି ନାୟକ ( ବିଜେପି) , ୧୦ ନଂ ୱାର୍ଡରୁ ଟୁନା ସେଠୀ ( ବିଜେଡି) ଓ ଦୀପକ ମିଶ୍ର ( କଂଗ୍ରେସ) , ସୁନୀଲ ସେଠୀ ( ବିଜେପି) , ଅମୂଲ୍ୟ କୁମାର ରଥ ( ସ୍ୱାଧିନ) , ୧୧ ନଂ ୱାର୍ଡରୁ ପୁଷ୍ପା ମହାନ୍ତି ( କଂଗ୍ରେସ) ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଦିଗପହଣ୍ଡି ଏନ୍ ଏସି ନିର୍ବାଚନ ଅଧିକାରୀ ସିପକ କୁମାର ପାତ୍ରଙ୍କ ଠାରୁ ସୂଚନା ମିଳିପାରିଛି ।


