ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଇତିଶ୍ରୀଙ୍କୁ ନେଇ ସବୁଆଡେ ଚର୍ଚ୍ଚା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଇତିଶ୍ରୀ ନାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଜଣେ ଉଚ୍ଚ ଶିକ୍ଷିତା । ସେ ବିଏ ପାସ କରିଛନ୍ତି । ଏହି ପଞ୍ଚାୟତର ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ ଓ ସ୍ୱାସ୍ଥ୍ୟ ସମସ୍ୟା ତାଙ୍କୁ ନିର୍ବାଚନ ମୈଦାନକୁ ଟାଣି ଆଣିଛି । ଏହି ପଞ୍ଚାୟତରେ ଅନ୍ୟ ପ୍ରାର୍ଥୀମାନେ ପ୍ରତିଯୋଗିତା କରୁଥିଲେ ମଧ୍ୟ ଏବେ ଇତିଶ୍ରୀ ଘରେ ଘରେ ପରିଚିତ । କାରଣ ସେ ଜଣେ ପରୋପକାରୀ ମହିଳା । ତାଙ୍କ ସ୍ୱାମୀ ମାଧବାନନ୍ଦ ନାୟକ ମଧ୍ୟ ଜଣେ ପରୋପକାରୀ ଓ ସମାଜସେବୀ । ଇତିଶ୍ରୀ ସମାଜସେବା ମନୋଭାବ, ଦୁଃଖୀ ରଙ୍କିଙ୍କୁ ବିପଦ ବେଳେ ସାହାଯ୍ୟ କରିବା ମନୋଭାବ ତାଙ୍କୁ ଏହି ପରିଚିତି ଦେଇଛି । ସେଥିପାଇଁ ସବୁ ବର୍ଗର ଭୋଟରଙ୍କ ହୃଦୟ ଇତିଶ୍ରୀ ଜୟ କରିଛନ୍ତି । ଭୋଟର କୁହନ୍ତି ପୂର୍ବରୁ ଇତିଶ୍ରୀ ଆମ ସୁଖ ଦୁଃଖର ସାଥୀ ଥିଲେ । କୌଣସି ପଦପଦବୀରେ ନ ଥାଇ ସେ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଉଥିଲେ । ତେଣୁ ଆମେ ଏବେ ତାଙ୍କୁ ସମର୍ଥନ କରିବୁ । ଏ ସଂକ୍ରାନ୍ତରେ ଇତିଶ୍ରୀଙ୍କୁ ପଚାରିବାରେ ସେ କହନ୍ତି, ଜନସେବା କରିବାକୁ ମୁଁ ଲୋକଙ୍କ ନିକଟରେ ପ୍ରତିଶୃତିବଦ୍ଧ । ଜିତିବା ହାରିବା ବଡ଼ କଥା ନୁହେଁ । ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଜୀବନର ବ୍ରତ । ଲୋକଙ୍କ ଭଲ ପାଇବା ମୋତେ ନିର୍ବାଚନ ମଇଦାନକୁ ଟାଣି ଆଣିଛି । ଲୋକେ ମୋତେ ପ୍ରାର୍ଥୀ କରାଇଛନ୍ତି । କାରଣ ନିର୍ବାଚନରେ ଛିଡା ହେବା ପାଇଁ ମୋର କୌଣସି ଅଭିଳାସ ନ ଥିଲା । ଜନତାଙ୍କ ସେବା କରିବାକୁ ମୁଁ ରଣାଙ୍ଗନକୁ ଓହ୍ଲାଇଛି । ଭୋଟର ହିଁ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥର ମଧ୍ୟ ଭୋଟର ତାଙ୍କ ପ୍ରତିନିଧି ବାଛିବେ ବୋଲି କହିଛନ୍ତି ଇତିଶ୍ରୀ ।


