ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟ ତରଫରୁ ଜନୈକ ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ ଯେ ତିରିଂଥାନା ଅନ୍ତ୍ରର୍ଗତ ମାଘୁଆ ଗ୍ରାମର ଜନୈକ ମହିଳାର ହତ୍ୟା ମାମଲା କେଶ ନମ୍ବର ୩୫, ୦୩/୦୮/୨୦୧୬ ରେ ପରିବାରବର୍ଗକୁ ତରଫରୁ ହୋଇଥିଲା । ମାଘୁଆ ଗ୍ରାମର ଏକ୍ସପ୍ରେସ ସିଂ(୪୦) ତାଙ୍କ ସ୍ତ୍ରୀ ଗୌରି ସିଂ(୨୩)ଙ୍କ ସହ ୨/୦୮/୧୬ରାତିରେ ଖାଇ ପିଇ ଆନନ୍ଦରେ ଶୋଇଥିଲେ ।ପରେ ଏହି କାଳ ରାତିରେ ସ୍ତ୍ରୀର ଚରିତ୍ର ସନ୍ଦେହ ନେଇ ଅସନ୍ତୋଷରେ ଜରର୍ଜିତ ଥିବା ସ୍ବାମୀ ଏକ୍ସପ୍ରେସ ସିଂ ନିଜର ରାଗକୁ ସମ୍ଭାଳି ନ ପାରି ଶାଢୀ ଦ୍ବାରା ସ୍ତ୍ରିର ତଣ୍ଟି ଚିପି ମାରି ଦେଇ ଘରର ରଳାରେ ଶାଢି ଦ୍ବାରା ଝୁଲାଇ ଆତ୍ମହତ୍ୟା ରୂପ ଦେଇଥିଲା ।ଏହାକୁ ନେଇ ଗୌରୀ ସିଂ ର ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଛଣପାଳ ଗ୍ରାମର ତେନା ସିଂ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଶବ ବ୍ବଛେଦ ରିପୋର୍ଟ,୨୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପାରିପାର୍ଶ୍ବିକ ପ୍ରମାଣକୁ ଭିତ୍ତିକରି ଶୁକ୍ରବାର ଦିନ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୂପ ରଂଜନ ପଟନାୟକ ଆସାମୀ ଏକ୍ସପ୍ରେସ ସିଂକୁ ଆଜୀବନ କାରାଦଣ୍ଡ ସହ ୧୦,୦୦୦ଟଙ୍କା ଓ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ।ସରକାରଙ୍କ ତରଫରୁ ଅତିରିକ୍ତ ପିପି ପଙ୍କଜ ଦାସ ପରଚାଳନାରେ ସହଯୋଗ କରିଥିଲେ ।


