ପଦବୀ ସଂରକ୍ଷଣ ର ପୁନଃବିଚାର ନିମନ୍ତେ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ର ସରପଂଚ ଓ ସମିତିସଭ୍ୟ ପଦବୀର ସଂରକ୍ଷଣ ର ପୁନଃବିଚାର ନିମନ୍ତେ ଦାବି ନେଇ ଆଜି ପଞ୍ଚାୟତର ବହୁ ଜନସାଧାରଣ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ବିଡି ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗତ ୨୭ ତାରିଖ ଦିନ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଛତ୍ରପୁର ବ୍ଲକ କଣମଣା ପଂଚାୟତର ସରପଂଚ ପଦବୀ ପାଇଁ ଅନୁସୂଚିତ ଜାତି ମହିଳା ଏବଂ ସମିତିସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷଣ ଘୋଷଣା କରାଯାଇଛି । ଏହା ପୂର୍ବରୁ ବିଜ୍ଞପ୍ତି ଅନୁସାରେ ସରପଂଚ ପଦବୀ ପାଇଁ ଅନୂସୂଚିତ ଜାତି ଏବଂ ସମିତିସଭ୍ୟ ପାଇଁ ଅନୂସୂଚିତ ଜାତି ମହିଳା ପାଇଁ ସଂରକ୍ଷଣ ଘୋଷଣା କରାଯାଇଥିଲା ଏହି ବିଜ୍ଞପ୍ତି ପଂଚାୟତର ଜନସାଧାରଣ ମାନଙ୍କ ସମ୍ପୂର୍ଣ୍ଣ ସହମତି ଥିଲା କିନ୍ତୁ, ବର୍ତ୍ତମାନ ବିଜ୍ଞପ୍ତି ଯର୍ଥାତ ଏବଂ ନ୍ୟାୟ ସମ୍ବତଃ ନୁହେଁ ବୋଲି କଣମଣା ପଂଚାୟତର ବହୁ ଜନସାଧାରଣ ମତ ପ୍ରକାଶ କରିଛନ୍ତି । ସଂରକ୍ଷଣ ନିତୀ ଆରମ୍ଭ ଠାରୁ କଣମଣା ଗ୍ରାମ ପଂଚାୟତ ସରପଂଚ ଅନୂସୁଚିତ ଜାତି ଏବଂଂ ସମିତିସଭ୍ୟ ପଦବୀ ଅନୂସୂଚିତ ଜାତି ମହିଳା ପାଇଁ ସଂରକ୍ଷଣ ଜମା ହୋଇନାହିଁ । ଏଣୁ ଏହା ସ୍ୱାଗତ ଯୋଗ୍ୟ ପ୍ରସ୍ତାବ ଥିଲା । କିନ୍ତୁ ବର୍ତ୍ତମାନ ସରପଂଚ ପଦବୀ ପାଇଁଁ ଅନୂସୁଚିତ ଜାତି ମହିଳା ପାଇଁ ଯଥାର୍ଥ ନାହିଁ । ସେହିପରି ପଂଚାୟତରେ ଏକ ପ୍ରତିଶତରୁ କମ୍ ନାମ ଅନୁସୂଚିତ ଜନଜାତି ଭୋଟର ତାଲିକାରେ ଅଛି କିନ୍ତୁ, ଏମାନଙ୍କ ମଧ୍ୟରୁ ମାତ୍ରାଧିକ ବ୍ୟକ୍ତି ଏହି ପଂଚାୟତରେ ରହୁନାହାନ୍ତି । ଏଣୁ ସେମାନଙ୍କ ପାଇଁ ସଂରକ୍ଷଣ ନ ରଖି ସମିତିସଭ୍ୟ ପଦବୀ ପାଇଁ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କଲେ ପଂଚାୟତବାସୀ ଉପକୃତ ହେବେ ବୋଲି ମଧ୍ୟ ସେମାନେ କହିଛନ୍ତି । ମାନ୍ୟବରଚ୍ଚ୍ ନ୍ୟାୟଳୟଙ୍କ ନିର୍ଦ୍ଦେଶ କେବଳ ଓ.ବି.ସି ବର୍ଗର ସଂରକ୍ଷଣକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଥିଲା । ଏଣୁ କଣମଣା ଗ୍ରାମ ପଂଚାୟତର ସରପଂଚ ପଦବୀ ନିମନ୍ତେ ଅନୁସୂଚିତ ଜାତି ମହିଳା ପରିବର୍ତ୍ତେ ଅନୁସୂଚିତ ଜାତି ଏବଂ ସମିତିସଭ୍ୟ ପଦବୀ ପାଇଁ ଅନୂସୁଚିତ ଜନଜାତି ମହିଳା ପରିବର୍ତ୍ତେ ଅନୂସୂଚିତ ଜାତି ମହିଳା କରିବାକୁ ପଂଚାୟତର ବହୁ ଜନସାଧାରଣ ଦାବି କରିଛନ୍ତି । ଏନେଇ ଏକ ଲିଖିତ ଦାବି ପତ୍ର ବିଭିନ୍ନ ଅଧିକାରୀ ମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ପି. ଧର୍ମା ରେଡ୍ଡି, ବାଦଲ ବେହେରା, ରାଜେନ୍ଦ୍ର କୁମାର ପ୍ରଧାନ, ମନୋରଞ୍ଜନ ବେହେରା, ସୁରେଶ ପ୍ରଧାନଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।


