କାମ ନୋ ହୋଇ ଟଙ୍କା ଲୁଟିଲେ ଯନ୍ତ୍ରୀ : ବିଡିଓ
ମୋହନା, (ଅଂଶୁମାନ ପଣ୍ଡା) :କେନ୍ଦ୍ର ସରକାର ପ୍ରତେକ ରାଜ୍ୟ କୁ ବାହ୍ୟମଳ ମୁକ୍ତ କରିବା ପାଇଁ ଏବଂ ଅନେକ ରୋଗ ରୁ ମୁକ୍ତି ପାଇଁ ପ୍ରତେକ ଘର କୁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରି ସେଥି ଦ୍ୱାର ମୋ ଶୌଚାଳୟ ଯୁଗାଇଲେ I ଯାହାକି ପ୍ରତେକ ଶୌଚାଳୟ ପିଛି୧୨ହଜାର ପାଞ୍ଚଶହ ଟଙ୍କା ଖର୍ଚ୍ଚ ରେ ନିର୍ମାଣ କରିବେ ଶୌଚାଳୟ ହେଲେ ଅନେକ ରାଜ୍ୟରେ ଲୋକେ ଏହାର ଲାଭବାନ ହୋଇଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ମୋ ଶୌଚାଳୟ ରେ ଦୃନୀତି କୋଟି କୋଟି ଟଙ୍କା ର ହୋଇଥିବା ଦେଖିବାକୁ ମିଳିଛି I ୨୦୧୯/୨୦ରେ ବିଡ଼ିଓ ବଂଶୀଧର ଖୁସଲା ଏବଂ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ପବିତ୍ର ଦଳାଇ ଠିକା ସଂସ୍ଥାର ସୋଯଗ ରେ ଅନେକ ଗ୍ରାମରେ ଶୌଚାଳୟ ନିର୍ମାଣ କରାଇଲେ I ହେଲେ ଏଭଳି ଦୁର୍ଗାମ ଗ୍ରାମ ଗୁଡିକ ରେ ଶୌଚାଳୟ ନିର୍ମାଣ ନ କରାଇ ଗ୍ରାମ ର ମୁଖ୍ୟ ରାସ୍ତା ରେ ବାହ୍ୟ ମଳ ମୁକ୍ତ ଗ୍ରାମ ବୋଲି ଲେଖି ମରାଯାଇଛି I ଗ୍ରାମରେ ପଶି ଦେଖିଲେ ଏହି ଦୃନତି ର ସବୁ ପଦାରେ ପଡିଛି I ମୋହନା ବ୍ଲକ ର୩୯ଟି ପଞ୍ଚାୟତ ର ଅନେକ ଗ୍ରାମରେ ଗୋଟିଏ ମଧ୍ୟ ଶୌଚାଳୟ ନ ହୋଇ ବିଲ କରି ଲୁଣ୍ଟନ କରି ନେଇଛନ୍ତି I ଅଧିକାରୀ ହୁଏରି ଗ୍ରାମରେ କାଗଜ ପତ୍ର ରେ ଲେଖା ଯାଇଛି୨୧ଜଣ ଶୌଚାଳୟ ପାଇଥିବା ନେଇ କିନ୍ତୁ ଗ୍ରାମରେ ଜଣେ ମଧ୍ୟ ପାଇନାହାନ୍ତି I ସେଇ ପରି ଉସ୍ଥପଦା ଗ୍ରାମରେ୧୦ଘର ପାଇଥିବା ଉଲେଖ ରହିଛି କିନ୍ତୁ କାହାବାଡି ରେ ନାହିଁ, ଗୁଡ଼ଜୁଳି ପଞ୍ଚାୟତ ରେ ମଧ୍ୟ ସେଇଭଳି ଅବସ୍ଥା ଖାରୀଗୁଡା, ରାଇପଙ୍କାପଞ୍ଚାୟତ ର ଅନେକ ଗ୍ରାମରେ ଅଧା ପଡି ରହିଛି I ଶୌଚାଳୟ କିନ୍ତୁ ଟଙ୍କା ଉଠାଇ ନେଇଛନ୍ତି ଠିକାଦାର ଯନ୍ତ୍ରୀ, ଖାରୀଗୁମା, ଗାଣ୍ଡାପଦର, ଟାଙ୍ଗିଲିପଦର, ଗବିନ୍ଦପୁରୁ ପଞ୍ଚାୟତ, ଗୁଲୁବା ପଞ୍ଚାୟତ, ପ୍ରତେକ ପଞ୍ଚାୟତ ଅନେକ ଅଦବାସୀ ଅଦୁଷିତ ଗ୍ରାମରେ କୋଟି କୋଟି ଟଙ୍କା ଶୌଚାଳୟ ପାଇଁ ଆସିଥିବା ବେଳେ ଠିକାଦାର ଯନ୍ତ୍ରୀ ବିଡିଓ ମିଳତ ରେ ଆତ୍ମସାତ କରି ଚାଲି ଯାଇଛନ୍ତି I ଏହାର ଭିଜିଲାନ୍ସ ତଦନ୍ତ ସହ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି ଅନ୍ୟ ପଟେ ଶୌଚାଳୟ ନଥିବାରୁ ଲୁକେ ବାହାରେ ମଳ ତ୍ୟାଗ କରି ବିଭିନ ରୋଗରେ ଆକ୍ରାନ୍ତ ହେଉଛନ୍ତି ତ କେଇ ହିଂସ୍ରଜନ୍ତୁଙ୍କ ଶିକାର ହେଉଛନ୍ତି I ଅନେକ ଜାଗାରେ ଟାଙ୍କି ଅଛି ଲେଟିନ ନାହିଁ ତ କେଉଁଠି ଅଧା କାନ୍ତ ଟେକା ହୋଇଛି ହେଲେ ଲୋକ ଙ୍କୁ ମେଳିନଥିବା ବେଳେ କାଗଜପତ୍ର ରେ ଉଲେଖ ରହିଛି ଲୋକ ଙ୍କୁ ମିଳିଛି ଏଭଳି ଅନେକ ଉର୍ଣ୍ଣତି କରଣ କରାଇବା ନା ରେ ଅର୍ଥ ଲୁଟ ହୋଇଥିବା ମୋହନା ବ୍ଲକ ରେ ଚା ଖଟି ରେ ଚର୍ଚ୍ଚ ହେଉଛି I


