ପଦ୍ମନାଭପୁର ନୋଡାଲ ହାଇସ୍କୁଲର  ବାର୍ଷିକୋତ୍ସବ ଓ ଶିକ୍ଷକ ଅଭିଭାବକ ସମ୍ମିଳନୀ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ପଦ୍ମନାଭପୁର ନୋଡାଲ ହାଇସ୍କୁଲ ର  ବାର୍ଷିକୋତ୍ସବ ଏବଂ ଶିକ୍ଷକ ଅଭିଭାବକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପରିଚାଳନା କମିଟି ସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣା ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସହକାରୀ ବ୍ଲକ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ, ସିଆରସିସି ବଳରାମ ବେହେରା, ସରପଞ୍ଚ ବି. ସନ୍ଧ୍ୟାରାଣୀ ସୁବୁଦ୍ଧି, ନାଏବ ସରପଞ୍ଚ ଅରୁଣ ପ୍ରଧାନ, ୱାର୍ଡ ସଭ୍ୟ ବିପିନ ବାଡ଼ତ୍ୟା, ସଂଜୀବ କୁମାର, ହାଇସ୍କୁଲ ପରିଚାଳନା କମିଟି ଉପ ସଭାନେତ୍ରୀ ଏ. ଗୀତା ପ୍ରମୁଖ ଉପସ୍ଥିତ ଥିଲେ। ହାଇସ୍କୁଲ କ୍ରୀଡା ଶିକ୍ଷକ ଏମ. ଶୁକୃ ରେଡ୍ଡୀ, ଶିକ୍ଷୟତ୍ରୀ ସୁକାନ୍ତି ମହାଙ୍କୁଡ, ଶିକ୍ଷକ କାଳୀ ପ୍ରସାଦ ପାଣିଗ୍ରାହି, ସିମାଞ୍ଚଳ ପାଢ଼ୀ ପ୍ରମୁଖ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଏବଂ କିରାଣୀ ମାନସ କବି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ୧୫୦ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇକୋ କ୍ଲବ ପକ୍ଷରୁ ଶ୍ରେଷ୍ଠ ଛାତ୍ରୀ ଛାତ୍ର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଅଭିଭାବକ ସମ୍ମିଳନୀରେ ବହୁ ସଂଖ୍ୟକ ଅଭିଭାବକ ଅଂଶଗ୍ରହଣ କରିଥିଲେ। ଏହା ପରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ