ପେଣ୍ଡୁରାବାଡ଼ି ଗାଁ ଶାନ୍ତି କମିଟି ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁ କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଦୀର୍ଘଦିନ ଧରି ଗାଁ ରେ ୨ ଗୋଷ୍ଠୀ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା।ଏପରିକି ୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ଗାଁ ରେ ଅଶାନ୍ତି ସୃଷ୍ଟି ହେବା ସହ ପରସ୍ପର ପରସ୍ପର ମଧ୍ୟରେ ଦୋଷାରୋପ କରି ଦିଗପହଣ୍ଡି ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା।ଗାଁ ର ଶାନ୍ତ ପରିବେଶ କୁ ଏହି ଗୋଷ୍ଠୀ ବିବାଦ ଚରମ ଅଶାନ୍ତି ସୃଷ୍ଟି କରିଥିଲା। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏକାଧିକ ଗୋଷ୍ଠୀ ର ନେତୃତ୍ୱ ନେଇ ଗାଁ ରେ ଚରମ ବିଶୃଙ୍ଖଳା ସୃଷ୍ଟି କରି ଆସୁଥିଲେ।ଫଳରେ ଗାଁ ରେ ଯାନୀ ଯାତ୍ରା ବନ୍ଦ ରହିଥିଲା।ଗ୍ରାମବାସୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଗାଁ ରେ ଭାଇଚାରା ନଷ୍ଟ ହୋଇଥିଲା।ଏପରିକି ଗୋଷ୍ଠୀ ବିବାଦ ଫଳରେ ଭୋଜି ଭାତ ରେ ମଧ୍ୟ ଅପଡ଼ ହୋଇଯାଇଥିଲା।ଗ୍ରାମର ଭଦ୍ର ବ୍ୟକ୍ତି ମାନେ ମିଳିତ ଭାବେ ଗ୍ରାମର ଶ୍ରୀ ପତିତ ପାବନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଗୋଷ୍ଠୀ ବିବାଦ ର ସ୍ଥାୟୀ ସମାଧାନ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ।ଦିଗପହଣ୍ଡି ଥାନାରେ ଉଭୟ ଗୋଷ୍ଠୀ ଏବଂ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ମାମଲା କୁ ଆପୋଷ ସମାଧାନ କରାଯାଇ ଉଭୟପକ୍ଷ ସମସ୍ତ ମାମଲା ପ୍ରତ୍ୟାହାର କରିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ଗାଁ ରେ ବିଭିନ୍ନ ପ୍ରସଙ୍ଗ କୁ କେନ୍ଦ୍ର କରି ଲାଗିରହିଥିବା ଅଶାନ୍ତି କୁ ଦୂରୀଭୂତ କରି ଗାଁ ରେ ସୁସ୍ଥ ଓ ଶାନ୍ତ ପରିବେଶ ପ୍ରତିଷ୍ଠା ସହ ଗାଁ ରେ ପୂର୍ବଭଳି ସମସ୍ତ ଜନସାଧାରଣଙ୍କ ସହଯୋଗ କ୍ରମେ ଯାନି ଯାତ୍ରା ଏବଂ ସାମୁହିକ ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିବା ଜଣାପଡିଛି।ସନ୍ତୋଷ କୁମାର ପଣ୍ଡା,ଗୋବିନ୍ଦ ସେଠୀ,ପ୍ରତାପ ଚନ୍ଦ୍ର ପଣ୍ଡା,କ୍ଷେତ୍ରବାସୀ ପଣ୍ଡା,ହରିଶ୍ଚନ୍ଦ୍ର ମିଶ୍ର, ନୀଳାଞ୍ଚଳ ପଣ୍ଡା, ଡମ୍ବ ସେଠୀ,ପ୍ରଶାନ୍ତ ବେହେରା, କାଳୀ ବେହେରା,ସୁରେଶ କୁମାର ପାତ୍ର,ମମତା ପଣ୍ଡା,ଚନ୍ଦ୍ରମା ବେହେରା,ତ୍ରିନାଥ ବେହେରା ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


