“ରୋବୋ ସେଫ୍‌’ ରେସ୍ତୋରାଁରେ ବାବୁସାନ୍‌

ରାଜଧାନୀ ଭୁବନେଶ୍ୱରରେ ବି ମିଳିଲାଣି ଜାପାନୀ ରେସ୍ତୋରାଁର ଅନୁଭୂତି । ଏଠାରେ ବି ଗ୍ରାହକଙ୍କୁ ଖାଦ୍ୟ ପରଷିଲେଣି ରୋବଟ୍ । ଗତକାଲି ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍ ଟାୱାର ପାଖରେ “ରୋବୋ ସେଫ୍‌’ ନାମକ ଏକ ରେସ୍ତୋରାଁ ଖୋଲିଛି । ଯେଉଁଠି ଲୋକମାନେ ଖାଦ୍ୟ ପରଷୁ ନାହାନ୍ତି । ଏଥିପାଇଁ ରୋବଟ୍‌ମାନେ ପ୍ରସ୍ତୁତ ରହିଛନ୍ତି । ଏହି ରେସ୍ତୋରାଁରେ ଥିବା ଦୁଇଟି ରୋବଟ୍ ଚମ୍ପା ଏବଂ ଚମେଲିଙ୍କୁ ଆଦେଶ ଦେଲେ ସେମାନେ ଗ୍ରାହକଙ୍କ ପାଖରେ ନେଇ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି । ତେବେ ଗତକାଲି ନୂଆ କରି ଖୋଲିଥିବା ଏହି ରେସ୍ତୋରାଁର ଅନୁଭୂତି ସାଉଣ୍ଟିବା ପାଇଁ ବହୁ ଗ୍ରାହକଙ୍କ ଭିଡ଼ ଜମିଥିଲା । ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମଧ୍ୟ ଯୋଗଦେଇ ଏହି ରେସ୍ତୋରାଁ ଓପନ୍ କରିଥିଲେ ଏବଂ କେକ୍ କାଟିଥିଲେ । ରେସ୍ତୋରାଁ ମାଲିକ ଜିତ୍ ବାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ବାବୁସାନ୍‌ଙ୍କ ଘର ମଧ୍ୟ ସେହି ଜିଲ୍ଲାରେ ହୋଇଥିବାରୁ ରୋବୋ କ୍ୟାଫେ ମେନ୍ୟୁରେ ସେ ବାରିପଦା ପ୍ରସିଦ୍ଧ ମୁଢ଼ିମାଂସ ସାମିଲ୍ କରିବାକୁ କହିଛନ୍ତି । ଏଥିସହ ଜଣେ ଓଡ଼ିଆ ପୁଅ ଭାବେ ସେ ଏଭଳି ଟେକ୍ନୋଲୋଜିକୁ ଓଡ଼ିଶାରେ ବ୍ୟବହାର କରିଥିବାରୁ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ସୂଚନା ଅନୁଯାୟୀ, “ସଟ୍ ଫର୍ ସାଇମଲ୍‌ଟାନିୟସ୍ ଲୋକାଲାଇଜେସନ୍ ଆଣ୍ଡ୍ ମ୍ୟାପିଂ’ କୌଶଳରେ ଏହି ରୋବଟ୍‌କୁ ତିଆରି କରାଯାଇଛି । ଏଥିରେ ୭ ପ୍ରକାରର ସେନ୍ସର୍ ଅଛି । ପରିବେଶ, ଗରମ, ଧୂଆଁ ଓ ମଣିଷ ଚିହ୍ନିବା ସହ ଲୋକଙ୍କୁ ଅଭିବାଦନ ବି ଦେଇପାରିବ । ସବୁଠାରୁ ମଜାଦାର କଥା ହେଉଛି “ଚମ୍ପା’ ଓ “ଚମେଲି’ ଖାଦ୍ୟ ପରଷିବା ପରେ ଗ୍ରାହକମାନଙ୍କୁ ପଚାରୁଛନ୍ତି “ଆପଣମାନେ ଖୁସି ତ?’

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ