ପରୀକ୍ଷା ପାଇଁ କମିଟି ଗଠନ କଲେ ପୋଖରିଆଲ

ନୂଆଦିଲ୍ଲୀ: ପରୀକ୍ଷା ପାଇଁ କମିଟି ଗଠନ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ଜେଇଇ, ନିଟ୍‌ ଆଦି ପରିକ୍ଷା ପାଇଁ ମନ୍ତ୍ରୀ ଶ୍ରୀ ପୋଖରିଆଲ କମିଟି ଗଠନ କରିଛନ୍ତି । ଜେଇଇ ଓ ନିଟ ଆଶାୟୀ ପିଲାଙ୍କ ଠାରୁ ଆବେଦନ ପରେ ଶ୍ରୀ ପୋଖରିଆଲ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏନଟିଏ ଡିଜିଙ୍କ ସହ ବହୁ ଏକ୍ସପର୍ଟଙ୍କୁ ନେଇ ଶ୍ରୀ ପୋଖରିଆଲ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ପରିସ୍ଥିତି ତର୍ଜମା କରି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସୁଦ୍ଧା ରିପୋର୍ଟ ଦେବକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଉକ୍ତ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା । କରୋନା ସ୍ଥିତି ଦେଖି ଆଉ ପରୀକ୍ଷା କରିବା ସମ୍ଭବ ନହେବାରୁ ପରୀକ୍ଷାକୁ ବାତିଲ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ