ବାଇକ ଧକ୍କାରେ ଯୁବକ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଜାର ଉପରେ ଏକ ଅଭାବନୀୟ ଘଟଣା ଘଟିଛି l ବାଇକ ଧକ୍କାରେ ସିକରମାହା ଗାଁର ଅମିତ ମୁଠାମାଝୀ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି l ଅଟୋରୁ ଓଲ୍ହାଇବା ସମୟରେ ବ୍ୟାଙ୍କ ପଟୁ ଆସୁଥିବା ହାତିମୁଣ୍ଡା ପଞ୍ଚାୟତର ଡମା ଗ୍ରାମର ମିଥୁରା ମୁଠାମାଝି ବାଇକ୍ ରେ ଆସୁଥିବା ସମୟରେ ଯୁବକଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ସ୍ଥାନୀୟ ଲୋକେ ଉଦ୍ଧାରକରି ତାଙ୍କୁ ବ୍ରାହ୍ମଣିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଡକ୍ଟର ପ୍ରମୋଦ କୁମାର ସେଠି କହିଛନ୍ତି । ଏନେଇ ବ୍ରାହ୍ମଣୀଗାଁ ଥାନାରେ ୫୧/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି l ବ୍ରାହ୍ମଣୀ ଗାଁରେ ବସଷ୍ଟାଣ୍ଡ ନ ଥିବାରୁ ଯାତ୍ରୀବାହୀ ବସ ଓ ଯାନବାହାନ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ ରହୁଛି, ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟିହୋଇ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି ଧନ ଜୀବନହାନୀ ଘଟୁଥିବା ଅଭିଯୋଗ ହେଉଛି l ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବୀ ହୋଇଛି l


