ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପଦାରେ ପଡିଲା : ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଯେ କୈାଣସି ମକଦ୍ଦମାର ଶୁଣାଣୀ ଓ ଫଇସଲା କୋର୍ଟ କଚେରୀରେ ବିଳମ୍ବିତ ହେଲେ ପୀଡିତା ଏବଂ ପୀଡିତାର ପରିବାର ନ୍ୟାୟ ପାଇବାରେ ବଂଚିତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଆଉ ଯଦି ଏଭଳି ଚକ୍ରାନ୍ତ ଜାଣିଶୁଣି କରାଯାଏ, ତାହେଲେ ଏହା ନିଶ୍ଚିତ ଏକ ଦଣ୍ଡନୀୟ ଏବଂ ଅକ୍ଷମଣୀୟ ଅପରାଧ । ବହୁ ଚର୍ଚ୍ଚିତ ପରୀ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ମାଜିଷ୍ଟ୍ରେଟ୍ କୋର୍ଟକୁ ଯିବା ପାଇଁ ନିର୍ଦ୍ଦେଶକୁ ଖାରଜ୍ କରିବା ସହ ଏହି ଘଟଣାର ବିଚାର ଓ ଶୁଣାଣୀ ହାଇକୋର୍ଟରେ ମାନ୍ୟବର ସୁପ୍ରିମ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରୀର ମାଁ ଓ ବାପାଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ତି ପ୍ରଦାନ କରିଥିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।ଏନସିପିସିଆର୍ ରିପୋର୍ଟ ଅନୁଯାୟୀ ଏହି ଘଟଣାର ତଦନ୍ତ କୈାଣସି ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସୁପ୍ରିମକୋର୍ଟ ମଧ୍ୟ ଏନସିପିସିଆର୍‌ଙ୍କ ରିପୋର୍ଟକୁ ଯଥାର୍ଥ ଦର୍ଶାଇବା ସହ ହାଇକୋର୍ଟରେ ଶୁଣାଣୀ ସମୟରେ ଏହି ରିପୋର୍ଟକୁ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ।ପରୀର ମାଁ ଓ ବାପା ଶୀଘ୍ର ନ୍ୟାୟ ପାଇବା ଆଶା ଏବଂ ଅପେକ୍ଷାରେ ଥିବାବେଳେ, ରାଜ୍ୟ ସରକାର ସୁପ୍ରିମକୋର୍ଟରେ କାହା ସ୍ୱାର୍ଥରେ ତାରିଖ ପରେ ତାରିଖ ନେଇ ଜାଣିଶୁଣି ଅଯଥାରେ ବିଳମ୍ବ କରୁଥିଲେ ?ରାଜ୍ୟ ଆଡଭୋକେଟ ଜେନେରାଲ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁନାହାନ୍ତି ବରଂ ଶାସକ ବିଜେଡିର ଏଜେଂଟ ଭାବେ କାର୍ଯ୍ୟ କରି ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । କାହାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏହି ଚକ୍ରାନ୍ତ କରୁଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଆଜିର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରାକାରଙ୍କ ଚକ୍ରାନ୍ତ ପଦାରେ ପଡିଲା ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ପବିତ୍ର ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ