ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପ୍ରାଚୀ ଉପତ୍ୟକାର ପୁରାତନ ଐତିହ୍

ନିମାପଡ଼ା,(ସନ୍ତୋଷ ଦାଶ) ପୁଣ୍ୟତୋୟା ପ୍ରାଚୀ ନଦୀ ଅତୀତ ରେ ମହାନଦୀ ର ମୁଖ୍ୟ ଶାଖା ନଦୀ ଓ ଦୀର୍ଘ ବର୍ଷ ଧରି ସୁନାବ୍ୟା ଥିଲା ବୋଲି ଅନେକ ଐତିହାସିକ ଓ ଗବେଷକ ମତ ପ୍ରକାଶ କରିଛନ୍ତି।ଏହି କାରଣରୁ ପ୍ରାଚୀ ନଦୀ କୂଳରେ ମାନବ ସଭ୍ୟତା ଗଢିଉଠିଥିଲା। ପ୍ରାଚୀ ଉପତ୍ୟକା ରେ ଶକ୍ତି,ଶାକ୍ତ,ବୈଷ୍ଣବ, ନିରାକାର, ବୌଦ୍ଧ, ଜୈନ, ଇସଲାମ ଧର୍ମବିଶ୍ବାସୀ ବାସ କରିଥିବାରୁ ଶହ ଶହ ସଂଖ୍ୟା ରେ ପୁରାତନ ମନ୍ଦିର, ମଠ, କୀର୍ତ୍ତିରାଜି ଏବେ ଦେଖିବାକୁମିଳେ। ପ୍ରାଚୀ ଉପତ୍ୟକାର ପୁରାତନ କୀର୍ତ୍ତିରାଜି ଗୁଡ଼ିକ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବାରୁ ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର କ୍ଷୋଭ ପ୍ରକାଶ କରିବା ସହିତ ପ୍ରାଚୀ ଉପତ୍ୟକା ର ଐତିହ୍ୟ ଅତୀତ ଓଡ଼ିଶା ର ଜୀବନ୍ତ ଇତିହାସ ବୋଲି କହିଛନ୍ତି। ପ୍ରାଚୀ ନଦୀ କୂଳରେ ଥିବା ବିଭିନ୍ନ ମଠ, ମନ୍ଦିର ସହିତ ଜଗନ୍ନାଥ ସଂସ୍କୃତି ର ରହିଛି ନିବିଡ଼ ସମ୍ପର୍କ। ଦ୍ୱାଦଶ ଶକ୍ତି ପୀଠ, ଦ୍ୱାଦଶ ଶମ୍ଭୁ ପୀଠ, ଦ୍ୱାଦଶ ମାଧବ ପୀଠ, ଦ୍ୱାଦଶ ମଠ, ଆଶ୍ରମ ସହିତ ମା ମଙ୍ଗଳା ଙ୍କ ମନ୍ଦିର, ବାରାହୀ ମନ୍ଦିର, ମାଧବ ମନ୍ଦିର, ଲବଣ ସତ୍ୟାଗ୍ରହ ପୀଠ,ସର୍ବଧର୍ମ ସମନ୍ୱୟ ର ପୀଠ ପୀର ଜାହାନିଆଁ, ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ସ୍ଥାନ ସହନ,କେଳୁଣି ମୁହାଁଣ, ବିଶ୍ଵ ପ୍ରସିଦ୍ଧ କବି ଜୟଦେବ ଙ୍କ ଗ୍ରାମ ପ୍ରାଚୀ ନଦୀ କୂଳରେ ରହିଛି। ଏହି ସବୁ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିଲେ ପୁରାତନ କୀର୍ତ୍ତିରାଜି ଗୁଡ଼ିକ ର ସୁରକ୍ଷା ମିଳିବା ସହିତ ଏହି ଅଞ୍ଚଳ ର ଅଧିବାସୀ ମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇ ପାରନ୍ତା ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ପୈତୃକ ଘର ପ୍ରାଚୀ ଉପତ୍ୟକା ର ନିଭରଣ ଗ୍ରାମ ରେ। ଏଣୁ ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ