ପର୍ଯ୍ୟଟନ ଦିବସରେ ଇକୋ ୱାରିୟର ତରଫରୁ କବରଖାନା ସଫେଇ
ଗଞ୍ଜାମ, (ବିନୋଦ ପଲାଇ):ପରିବେଶ ସୁରକ୍ଷା ଉପରେ କାର୍ଯ୍ୟରତ ଗଞ୍ଜାମ ଇକୋ ୱାରିୟର ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜମ ସହରରେ ଗଛଲତା ପରିପୂର୍ଣ୍ଣ ହୋଇରହିଥିବା ଥିବା ଐତିହାସିକ କବର ଖାନାରେ ଆଜି ଇକୋ ପରିବାର ତରଫରୁ ସଫାକରାଯାଇଥିଲା। ଆଜିର ଏହି ସଫେଇ ଅଭିଯାନକୁ ଯୁବ ସମାଜସେବି ସ୍ଵର୍ଗତ ବସନ୍ତ ସାହୁଙ୍କୁ ଉଦେଶ୍ୟରେ ଉସର୍ଗିତ କରାଯାଇଥିବା ବେଳେ, ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ସ୍ୱଚ୍ଛତା ପାଇଁ ସଚେତନତା କରାଯିବ ବୋଲି କହିଛନ୍ତି।ଏହି କବର ସ୍ଥାନ ସମ୍ପୂର୍ଣ୍ଣ ସଫେଇ କରାଯିବ ବୋଲି କହିଥିଲେ। ସିମାଞ୍ଚଳ ଦାସ,ଅଖିଳ ତରାଇ,ପ୍ରଭାତ ବିଶ୍ବାଳ, ଦୁର୍ଗାମାଧବ ପାଣିଗ୍ରାହୀ,ସନ୍ତୋଷ ତରାଇ,ଦୁର୍ଯୋଧନ ରେଡ୍ଡୀ,ଗୁରୁନାଥ ରେଡ୍ଡୀ, ଅକ୍ଷୟ ପଲାଇ, ସୁଶାନ୍ତ ତରାଇ,ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀ,କରୁଣାକର ରେଡ୍ଡୀ,ବଳରାମ ରେଡ୍ଡୀ,ସନ୍ତୋଷ ରାଉଳ,ସଞ୍ଜୟ ସ୍ୱାଇଁ,ଆଦିତ୍ୟ ପ୍ରତାପ


