ପଲାସା-କୋଟାଭାଲାସା ମଧ୍ୟରେ ୧୧ଟି ଟ୍ରେନ ବାତିଲ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପଲାସା-କୋଟାଭାଲାସା ରେଳ ସେକ୍ସନର ବିଜୟନଗରମ ଓ କୋରୁକୋଣ୍ଡା ଷ୍ଟେସନ ମଧ୍ୟରେ ଏବଂ ପୁଣ୍ଡୁରୀ ଓ ଦୁସି ଷ୍ଟେସନ ମଧ୍ୟରେ ରେଳ ଧାରଣା ତଳେ ଉପାମାର୍ଗ ନିର୍ମାଣ ସମ୍ବନ୍ଧୀୟ ସୁରକ୍ଷା ଜନୀତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୧୧ ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନିଆଯାଇ ଥିବା ବେଳେ ୧୧ଟି ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରାଇବାକୁ ସ୍ଥିର କରାଯାଇଛି । ୦୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ସ୍ପେଶାଲ୍ ସିକନ୍ଦରାବାଦରୁ ୮ ଅଗଷ୍ଟଦିନ ବାତିଲ ରହିବ । ସେହିପରି ୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଭୁବନେଶ୍ୱରରୁ ୧୦ ଅଗଷ୍ଟ ରେ ,୦୨୮୨୨ ଚେନ୍ନାଇ-ହାଓଡ଼ା ସ୍ପେଶାଲ ଚେନ୍ନାଇରୁ ୮ ଅଗଷ୍ଟରେ , ୦୮୦୪୮ ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେଶାଲ ଭାସ୍କୋ ଡା ଗାମା ରୁ ୮ ଅଗଷ୍ଟରେ , ୦୭୨୪୩/୦୭୨୪୪ ଗୁଂଟୁର-ରାୟଗଡା-ଗୁଂଟୁର ସ୍ପେଶାଲ ଗୁଂଟୁର ରୁ ୮ ଅଗଷ୍ଟରେ ଓ ରାୟଗଡା ରୁ ୯ ଅଗଷ୍ଟରେ , ୦୨୮୭୩ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ ହାଓଡ଼ା ରୁ ୮ ଅଗଷ୍ଟରେ , ୦୮୫୨୨/୦୮୫୨୧ ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ପେଶାଲ ଉଭୟ ପାର୍ଶ୍ୱରୁ ୯ ଅଗଷ୍ଟରେ ଏବଂ ୦୮୫୭୦/୦୮୫୬୯ ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ସ୍ପେଶାଲ ଉଭୟ ପାର୍ଶ୍ୱରୁ ୯ ଅଗଷ୍ଟ ଦିନ ବାତିଲ ରହିବ । ଅପରପକ୍ଷରେ ୦୮୪୯୫ ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ , ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ,୦୨୮୬୭ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ୍ , ୦୨୮୨୧ ହାଓଡ଼ା-ଚେନ୍ନାଇ ସ୍ପେଶାଲ୍ , ୦୮୧୯୦ ଏର୍ଣ୍ଣାକୁଲମ-ଟାଟା ସ୍ପେଶାଲ୍ , ୦୩୩୫୨ ଆଲେପି-ଧାନବାଦ୍ ସ୍ପେଶାଲ୍ , ୦୮୫୭୪ ଭଗତ କୀ କୋଠି-ବିଶାଖାପାଟଣା ସ୍ପେଶାଲ , ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ୍ , ୦୫୯୦୬ ଡିବୃଗଡ଼-କନ୍ୟାକୁମାରୀ ସ୍ପେଶାଲ୍ , ୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଓ ୦୨୬୪୨ ଶାଲୀମାର-ତ୍ରିଭେନ୍ଦ୍ରମ ସ୍ପେଶାଲ ଶାଲୀମାର ପରବର୍ତିତ ସମୟରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ