ପାଗଳ କୁକୁର କାମୁଡାରେ ୧୫ ଆହତ

ବୁଗୁଡା/ପୋଲସରା, (ଅନିଲ କୁମାର ମହାରଣା):ବୁଗୁଡା ମେଡିକାଲ୍ ଛକରେ ବୁଲାକୁକୁର ଆତଙ୍କ ଦେଖିବାକୁ ମିଳିଛି । କୁକୁର କାମୁଡାରେ ପୁରୁଷ ଓ ମହିଳା ମିଶି ୧୫ଜଣ ଆହାତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ବୁଗୁଡା ବଜାରରେ ପାଗଳା କୁକୁରଟି ଘୁରିବୁଲୁଥିବା ବେଳେ ରାସ୍ତାରେ ଜାତାୟତ କରୁଥିବା ଲୋକଙ୍କୁ କୁକୁରଟି କାମୁଡୁଥିଲା। ସେହି ପାଗଳା କୁକୁର କାମୁଡାରେ ଲୋକେ ଆହାତ ହୋଇ ବୁଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଛନ୍ତି। ପ୍ରଶାସନ ପକ୍ଷରୁ ସେହି ପାଗଳା କୁକୁରଟିକୁ କାବୁ ନକରାଗଲେ ଅଞ୍ଚଳରେ ପାଗଳ କୁକୁର କାମୁଡାରେ ଆହାତଙ୍କ ସଂଙ୍ଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ