ପୋଷାକ ବିତରଣ ଉତ୍ସବ ପାଳିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଧବଳପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ପୋଷାକ ବିତରଣ ଉତ୍ସବ ରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀ ବନ୍ଦିତା ଦାସ ଙ୍କ ପୌରହିତ୍ୟରେ ସ୍କୁଲ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ରାଉତ ସହ ସମସ୍ତ କମିଟି ସଦସ୍ୟ ମାନେ ଯୋଗଦାନ କରି ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିବା ଅବସରରେ ବରିଷ୍ଠ ସମାଜସେବୀ ଗୋବିନ୍ଦ ପ୍ରଧାନ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ସିଆରସିସି ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ପୋଷାକ ବଣ୍ଟନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ