ପାଗଳ ବିଲୁଆ ଆତଙ୍କ ପାଗଳ ବିଲୁଆ କାମୁଡ଼ାରେ ୭ ଜଣ ଗୁରୁତର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମ ରେ ପାଗଳ ବିଲୁଆ କାମୁଡ଼ାରେ ସାତ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।ଆତଙ୍କ ରେ ଅଞ୍ଚଳ ବାସି ସମଗ୍ର ଭୟଭୀତ କରିଥିବା ଜଣାପଡିଛି । ଗୁରୁତର ମାନେ ହେଲେ ମନୁ ନାୟକ , ଜୟନ୍ତୀ ସେଠୀ , ନରହରି ସ୍ବାଇଁ , ଏ . ଦମୟନ୍ତୀ ଦୋରା , ଏନ୍ . ଲକ୍ଷ୍ମୀ ଆମ୍ମା ପାତ୍ର , ଏନ୍ . ଗାୟତ୍ରୀ ପାତ୍ର , ଭାଷିନୀ ବେହେରା। ଖବରୁ ଜଣାପଡ଼ିଛି ମଙ୍ଗଳବାର ଭୋର ସକାଳୁ ଗ୍ରାମର ମହିଳା ସମେତ ପୁରୁଷ ମାନେ ନିଜ ଚାଷଜମି , ଫୁଲ ତୋଳିବା ଏବଂ ଶୌଚ ପାଇଁ ଯିବା ସମୟରେ ଏକ ପାଗଳ ବିଲୁଆ ଗ୍ରାମରେ ପଶି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଛି । ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇଥିଲେ । ଘଟଣା ଜଣାପଡିବା ପରେ ବନବିଭାଗ କର୍ମଚାରୀ ଅରୁଣ କୁମାର ଦାସ ପହଞ୍ଚି ଥିଲେ । ଆହତ ମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ପାଗଳ ବିଲୁଆ ପ୍ରତି ବନ ବିଭାଗ କର୍ମଚାରୀ ପକ୍ଷରୁ ସଜାଗ ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ