ବିଦ୍ୟାଳୟ ପରିସରରେ ସ୍ପନ୍ଦନା ଫାଉଣ୍ଡେସନର ବୃକ୍ଷରୋପଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାଂପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଆମ୍ଭମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ । ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ହିଁ ସମ୍ଭବ ହୋଇପାରିବ। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଭାଲ୍ୟାଝୋଳା ପି ୟୁ ପି ଏସ ବିଦ୍ୟାଳୟରେ ଇକୋ କ୍ଲବ ଓ ସ୍ପନ୍ଦନା ଇଦା ଇଣ୍ଟରନେସନାଲ ଫାଉଣ୍ଡେସନ, ଓଡ଼ିଶା ଶାଖା ର ମିଳିତ ସଂଯୋଜନାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ନାୟକ, ସିଆରସିସି ଦିଲୀପ କୁମାର ପ୍ରଧାନ, ଏସଇଆଇଏଫ୍ ର ପି ଶିବଶଙ୍କର ପାତ୍ର, ଶଙ୍କର୍ଷଣ ସେଠୀ, ଜଗମୋହନ ପାଣିଗ୍ରାହୀ, ଜ୍ୟୋତିରଂଜନ ସାହୁ, ଡି ମୁକେଶ ପାତ୍ର, ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିବାସିନି ମହାରଣା, ପଦ୍ମିନୀ ପ୍ରଧାନ, ମିନତୀ ପ୍ରଧାନ, ଜ୍ୟୋତିର୍ମୟୀ ସାହୁ, ଅନିତା ପ୍ରଧାନ ଏବଂ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ରେ ଉଦ୍ଭିଦର ଭୂମିକା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା ଏବଂ ଛାତ୍ରଛାତ୍ରୀଙ୍କୁ ଚାରା ଗଛ ଦିଆଯାଇଥିଲା । ଏହା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଗଛର ସୁରକ୍ଷା କିପରି ଯତ୍ନ ନେବେ ସୂଚନା ପ୍ରଦାନ କରିବା ସହ ପିଲାମାନଙ୍କୁ ବୃକ୍ଷର ସୁରକ୍ଷା ନିମନ୍ତେ ସବୁଜ ଶପଥ ପାଠ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ