ପାଗଳ ବିଲୁଆ କାମୁଡ଼ାରେ ୧୫ରୁ ଉର୍ଦ୍ଧ୍ବ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ହିଞ୍ଜିଳିକାଟୁ ବନରକ୍ଷୀ କାର୍ଯ୍ୟାଳୟର ଶାସନ ଆମ୍ବଗାଁ ପଞ୍ଚାୟତରେ ଗୁରୁବାର ଏକ ପାଗଳ ବିଲୁଆର କାମୁଡ଼ାରେ ସଂପୃକ୍ତ ଗ୍ରାମର ୧୫ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ବିନୋଦ ସାହୁ(୬୨), ଅପୂର୍ବା ଜେନା(୫୦), ଯୁଧିଷ୍ଠିର ଜେନା(୬୨),  ମେଳା ସେଠୀ(୪୫), ସୁଦେଷ୍ଣା ଜେନା(୫୫),  ନୀର ରାଉତ(୫୦) ।  ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ  ଗ୍ରାମର କିଛି ଚାଷୀ ଜମିରେ କାମ କରୁଥିବା ସମୟରେ ଏକ ପାଗଳ ବିଲୁଆ କାମୁଡି ଦେଇଥିଲା । ପାଗଳ ବିଲୁଆ ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଗାଁ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଆହୁରି  ୭ ରୁ ୮ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି  ।   ପରେ ପାଗଳ ବିଲୁଆକୁ ଉପସ୍ଥିତ ଥିବା ଲୋକେ ମାରି ଦେଇଥିବା ସୁଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ