ପାଞ୍ଚ ଅମାନ୍ୟ ଗିରଫ କଲା ପୋଲିସ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କରୋନା ଭୁତାଣୁ ସାରା ଦେଶ କାୟା ମେଲାଉଛି l ମୃତ୍ୟୁ ସଂଖ୍ୟା ଲମ୍ବିବାରେ ଲାଗିଛି l ଲକ ଡାଉନ ସମୟ ରେ ବାହାର କୁ ନା ଯିବା ପାଇଁ ନିର୍ଦ୍ଧେଶ ରହିଛି l ବୁଧବାର ଗୋପାଳପୁର ଥାନା ପୋଲିସ ପାଞ୍ଚ ଜଣା ଅମାନ୍ୟଙ୍କୁ ଗିରଫ କରିବା ସହ ପାଞ୍ଚଟି ବାଇକ ଜବତ କରିଛି l ଏହି ଥାନା ଧର୍ମପୁର ଗ୍ରାମ ରେ ବୁଧବାର ପାଞ୍ଚ ଜଣ ଅମାନ୍ୟ ଯୁବକ ଲକ ଡାଉନ ସମୟ ରେ ବିନା କୌଣସି କାମ ନ ଥାଇ ବୁଲୁ ଥିଲେ l ଏହି ସମୟ ରେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପେଟ୍ରୋଲିଙ୍ଗ କରୁଥିବା ବେଳେ ଧରିଥିଲେ l ସେମାନଙ୍କୁ ସନ୍ତୋଷ ଜଣକ ଉତ୍ତର ଦେଇ ପାରିନଥିଲେ l ଏ ନେଇ ଗୋପାଳପୁର ଥାନା ରେ କେଶ ୫୪/୨୦ ମାମଲା ରୁଜୁ କରିଛି lପାଞ୍ଚ ଜଣଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିଲେ l


